ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ଡଙ୍ଗରିଗୁଡା ଗ୍ରାମବାସୀ

0 59

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅମଳାଭଟ୍ଟା ପଞ୍ଚାୟତର ଡଙ୍ଗରିଗୁଡାରେ ବହୁତ ବର୍ଷ ହେଲା ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁନାହିଁ । ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଉଠାଣିଆ ରାସ୍ତାର ୨୦୦ ମିଟର ଦୂରରୁ ନେଇକି ଯାଉଛନ୍ତି । ଡଙ୍ଗରିଗୁଡାରେ ଆନୁମାନିକ ୨୫ ପରିବାର ରହୁଛନ୍ତି ହେଲେ ପାଖରେ ଗୋଟିଏ ବି ନଳକୂପ ନାହିଁ । ଗୋଟିଏ ପାଣି ଟ୍ୟାବରେ ଆସୁଛି ତାହା ବି ଦିନକୁ ଗୋଟିଏ ଥର ଆସୁଛି । ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । କିନ୍ତୁ ବହୁ ଲୋକ ଏହି ପ୍ରକଳ୍ପରୁ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ଅମଳାଭଟ୍ଟା ଗ୍ରାମରେ ବସୁଧା ଯୋଜନାରେ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ସପ୍ତାହକୁ ତିନିଦିନ ପାଣି ଆସିଲେ ଚାରି ଦିନ ଖରାପ ରହୁଛି । ଏଭଳି ସମସ୍ୟା ବାରମ୍ବାର ଦେଖାଯାଉଛି । ଯାହା ଫଳରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଏଥିପ୍ରତି ସରକାରଙ୍କ ଦୃଷ୍ଟି ପଡୁନାହିଁ କି କୌଣସି ରାଜନେତାଙ୍କର ଦୃଷ୍ଟି ପଡୁନାହିଁ । ସରପଞ୍ଚଙ୍କୁ ବାରମ୍ବାର ନଳକୂପ ପାଇଁ ଗୁହାରି କଲାପରେ ମଧ୍ୟ କିଛି ସୁଫଳ ମିଳି ପାରୁନାହିଁ । ଏଣିକି କିଏ ବୁଝିବ ଆମ କଥା ବୋଲି କହଭରା କଣ୍ଠର ସହିତ ପ୍ରକାଶ କରିଛନ୍ତି ଗ୍ରାମବାସୀ ମାନେ । ତେଣୁ ଯଥା ସମ୍ଭବ ଗୋଟିଏ ନଳକୂପର ବ୍ୟବସ୍ଥା କରିବାକୁ ଡଙ୍ଗରିଗୁଡାର ଜନସାଧାରଣ ସରକାରଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 9 =