ଭିନ୍ନ ଏକ ପରମ୍ପରା, ନାରାୟଣନଗରର ବାସି ବାହୁଡ଼ା ଯାତ୍ରା

0 75

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୋକ କଳା ଗ୍ରାମ ନାରାୟଣ ନଗରରେ ଗୁରୁବାର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳେ ନିତିକାନ୍ତି ପରେ ଅପରାହ୍ନ ସନ୍ଧ୍ୟା ସାଢେ଼ ଛଅଟାରେ ଠାକୁରଙ୍କୁ ମାଉସୀ ମା ମନ୍ଦିରରୁ ଅଣାଯାଇ ଧାଡ଼ି ପହଣ୍ଡିରେ ନିଆଯାଇଥିଲା । ବ୍ରାହ୍ମଣମାନେ ପହଣ୍ଡି କରିଥିବା ବେଳେ ପହଣ୍ଡି ବେଳେ ବିଭିନ୍ନ ଗ୍ରାମରୁ ଆସିଥିବା ସଙ୍କୀର୍ତ୍ତନ ଦଳ ନାମ ସଙ୍କୀର୍ତ୍ତନ କରି ଠାକୁରଙ୍କୁ ରଥାରୂଢ଼ କରିଥିଲେ । ପରେ ଏ ଅଞ୍ଚଳର ଅନ୍ୟ ଏକ ପରମ୍ପରା ଛୋଟ ଛୋଟ ପିଲାମାନଙ୍କୁ ରଥ ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ରଥଟଣା ୭ ଟାରେ ହୋଇ ସାହୁଗଲି ଛକରେ ଅଟକି ଥିଲା । ଏଠାରେ ଦୁଇ ଦିନ ବାହୁଡ ଯାତ୍ରା ଅନୁଷ୍ଠିତ ହେଉ ଥିବାରୁ ତେବେ ରାତିରେ ରଥ ଉପରେ ଠାକୁରଙ୍କୁ ରଖାଯାଇଛି । ଗୁରୁବାର ଏଠାରେ ପୁଣି ରଥଟଣା ହୋଇ ରାତି ପ୍ରାୟ ସାଢେ଼ ସାତଟାରେ ବଡଦାଣ୍ଡ ଶେଷ ମୁଣ୍ଡରେ ପହଞ୍ଚିଥିଲା । ଠାକୁରଙ୍କୁ ରଥରୁ ଓହ୍ଲାଇ ଶ୍ରୀମନ୍ଦିରକୁ ଠାକୁରଙ୍କୁ ନିଆ ଯାଇଥିଲା । ପୂଜକ ଭାବେ ଅଜିତ ପାଣିଗ୍ରାହୀ କାର୍ଯ୍ୟ ତୁଲାଇଥିବା ବେଳେ ଜିପୁନ ହୋତା, ପ୍ରକାଶ ପଣ୍ଡା, ସୁରେଶ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ଚାନ୍ଦ ଓ ବରିଷ୍ଠ କିରାଣୀ ପୂର୍ଣ୍ଣଚନ୍ଦ୍ର ମେହେର ଧାରା ବିବରଣୀ ପ୍ରଦାନ କରିଥିଲେ । ଏଠାରେ ଦୁଇ ଦିନ ବାହୁଡ଼ା ଯାତ୍ରା ହେଉଥିବାରୁ ଅଞ୍ଚଳରେ ଏହାକୁ ବାସି ବାହୁଡ଼ା ଯାତ୍ରା ବୋଲି କହନ୍ତି । ତେବେ ଜନଶ୍ରୁତିରୁ ଜଣାଯାଏ ଏହି ବାସି ବାହୁଡା଼ ଯାତ୍ରା ବୌଦ୍ଧ ରାଜାଙ୍କ ନିର୍ଦ୍ଦେଶ କ୍ରମେ କାହିଁ କେଉଁ କାଳରୁ ହୋଇ ଆସୁଛି । ତେବେ ନାରାୟଣନଗର ସମେତ ଜିଲ୍ଲାର ବୁଟୁପାଲି, ବାଘପାଲି ଆଦି ଅଞ୍ଚଳରେ ବାସୀ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବୌଦ୍ଧ ଆଦର୍ଶ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଜହ୍ନାପଙ୍କ ଫାଣ୍ଡି ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 8 =