ମହିଳା ଗୋଷ୍ଠୀଙ୍କ ସ୍ୱାବଲମ୍ବୀ ପାଇଁ ଖଲି ଦନା ତିଆରି ମେସିନ ପ୍ରଦାନ

0 122

ହରଭଙ୍ଗା : ହରଭଙ୍ଗା ବ୍ଲକର ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ରହୁଥିବା ଆଡେନିଗଡ଼ ପଞ୍ଚାୟତର କଣ୍ଡରା ଗ୍ରାମକୁ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସ୍ୱାବଲମ୍ବୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଗୁରୁବାର ଦିନ ବ୍ଲକର ଚାରିଛକ ଫରେଷ୍ଟ ବଙ୍ଗଳା ଠାରେ ମାଁ ପିତାବଲୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବୌଦ୍ଧ ବନ ବିଭାଗ ପକ୍ଷରୁ ଏକ ଖଲି ଦନା ତିଆରି ମେସିନ ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ଯୋଗ ଦେଇ ମହିଳାଙ୍କୁ ସ୍ୱାବଲମ୍ବୀ ହେବା ସହ କିପରି ପରିଚାଳନା କରିବେ ସେନେଇ ପରାମର୍ଶ ଦେବାସହ ମହିଳା ଗୋଷ୍ଠୀଙ୍କୁ ଉକ୍ତ ମେସିନକୁ ପ୍ରଦାନ କରିଥିଲେ । ପ୍ରଦାନ ସମୟରେ ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱନୀ ମେହେର, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ, ବିଡ଼ିଓ ହରଭଙ୍ଗା ସ୍ୱପ୍ନିତା ନାୟକ, ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରାହୁଲ ପ୍ରଧାନ,ପୁରୁଣା କଟକ ରେଞ୍ଜର ନିହାର ମଳିକଙ୍କ ସମେତ ବନ ବିଭାଗର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଉକ୍ତ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ପାହାଡ଼ ନାମକ ଏକ (ଏନଜିଓ) ସଂସ୍ଥା ଖଲି ଦନା ପ୍ରସ୍ତୁତି ତାଲିମ ପ୍ରଦାନ ସହ ନିଜକୁ କିପରି ସ୍ୱାବଲମ୍ବୀ ହୋଇ ପାରିବେ ସେନେଇ ପ୍ରଶିକ୍ଷଣ ଦାୟିତ୍ୱ ହାତକୁ ନେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

2 × 2 =