ବେଆଇନ ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ାଉ, ୬୬ କ୍ୱିଣ୍ଟାଲ ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ

0 57

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ାଉ କରି ବେଆଇନ ବିକ୍ରି କରାଯାଉଥିବା ୬୬.୬ କ୍ୱିଣ୍ଟାଲ ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆଜି ମଧ୍ୟାହ୍ନରେ ଚଢ଼ାଉ କରାଯାଇଥିଲା । ପ୍ରାପ୍ତ ସୂଚନା ଅନୁସାରେ ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରର ପରିଚାଳକ ରାଜେନ୍ଦ୍ର ସାଙ୍କ ନାମରେ ଅଗ୍ରଜା ନାମକ କେବଳ ଗୋଟିଏ ପ୍ରକାର ବିହନ ବିକ୍ରୟ କରିବା ଲାଇସେନ୍ସ ରହିଛି । କିନ୍ତୁ ସେ ବେଆଇନ ଭାବେ ଅନ୍ୟ ୩୨ ପ୍ରକାରର ବିହନ ବେଆଇନ ବିକ୍ରି କରୁଥିବା ଜଣାପଡ଼ିଛି । ସେହିଭଳି ତାଙ୍କ ନାମରେ ସାର ବିକ୍ରୟ ପାଇଁ କୌଣସି ଲାଇସେନ୍ସ ନଥିବା ବେଳେ ବେଆଇନ ସାର ଗଚ୍ଛିତ କରି ବିକ୍ରି କରୁଥିବା ଚଢ଼ାଉ ସମୟରେ ଜଣାପଡିଥିଲା । ଚଢ଼ାଉ ସମୟରେ ପରିଚାଳକ ରାଜେନ୍ଦ୍ର ସା ଅନୁପସ୍ଥିତ ଥିବାରୁ ତାଙ୍କ ସ୍ତ୍ରୀ ଚେତାମଣି ସାଙ୍କ ଉପସ୍ଥିତିରେ ବେଆଇନ ବିକ୍ରି ହେଉଥିବା ମୋଟ ୬୬.୬୬ କ୍ୱିଣ୍ଟାଲ ବିଭିନ୍ନ ପ୍ରକାରର ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ କରାଯାଇଥିଲା । ବିଭାଗୀୟ ଅଧିକାରୀଙ୍କ ଚଢାଉ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରାଯିବା ବ୍ୟବସ୍ଥା ରହିଛି । ଏଣୁ ଚଢ଼ାଉ ପରେ ବିଭାଗୀୟ ଅଧିକାରୀ ଦୀର୍ଘ ସମୟ ଧରି ମାଜିଷ୍ର୍ଟ୍ରେଟ ତଥା ସିନାପାଲି ଅତିରିକ୍ତ ତହସିଲଦାର ରାମ ନାରାୟଣ ମିଶ୍ରଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ଦୀର୍ଘସମୟ ପରେ ଶ୍ରୀ ମିଶ୍ର ଆସିବାରୁ ତାଙ୍କ ଉପସ୍ଥିତିରେ ଜବତ ବିହନ ଓ ସାର କୁ ସିନାପାଲି ପେକ୍ସକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଏହି ଚଢ଼ାଉରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସହ ଜିଲ୍ଲା ଯୋଜନା ଅଧିକାରୀ ସତ୍ୟ ଭୂଷଣ ନାୟକ, ସିନାପାଲି ସହକାରୀ କୃଷି ଅଧିକାରୀ ସୁଧାଂଶୁ ମେହେର କୃଷି ପରିଦର୍ଶକ ବ୍ରଜରାଜ ସାହୁ, ବୋଡେ଼ନ ଥାନା ଏସଆଇ କୁଳମଣି ବୁରୁଦା ତଥା ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

two × 2 =