ଏନ୍‌.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ, ନୂଆଗାଁ (ଏ) ଚମ୍ପିୟାନ

0 66

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଗହିଙ୍ଗିଆ ଖେଳ ପଡ଼ିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚରେ କ.ନୂଆଗାଁ (ଲିଜେଣ୍ଡ) ଓ କ.ନୂଆଗାଁ (ଏ) ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ କ.ନୂଆଗାଁ (ଏ) କ.ନୂଆଗାଁ (ଲିଜେଣ୍ଡ)କୁ ଛଅ ରନ୍‌ରେ ପରାସ୍ତ କରି ଚମ୍ପିୟାନ ହୋଇଛି । ପ୍ରଥମେ ଟସ୍‌ ଜିତି କ.ନୂଆଗାଁ (ଏ) ଦଳ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ଓଭରରେ ୯୭ ରନ୍‌ ସଂଗ୍ରହ କରିଥିଲା । ୯୮ ରନ୍‌ ର ବିଜୟ ଲକ୍ଷ ନେଇ ଖେଳୁଥିବା ଲିଜେଣ୍ଡ ଦଳ ୯୧ ରନ୍‌ କରିବାରେ ସକ୍ଷମ ହୋଇଥିବା ବେଳେ ୬ ରନ୍‌ ରେ କ.ନୁଆଗାଁ(ଏ) ଟିମ୍‌ । ବାବୁନାଥ ପ୍ରଧାନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ବେଳେ ସଚିନ ନାୟକଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା । ଏହି ଫାଇନାଲ ମ୍ୟାଚରେ ମୂଖ୍ୟ ଅତିଥି ଭାବେ ବାଲିଗୁଡା ସାଂସଦ ପ୍ରତିନିଧି ଟୁନା ଦାସ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ,ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର, କ.ନୂଆଗାଁ ବ୍ଲକ ବିଜେଡି ସଭାପତି ଭାଗ୍ୟବାନ ବେହେରା, ସହଦେବ ପାତ୍ର ଓ ରଜନୀ କାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଫାଇନାଲ ମ୍ୟାଚରେ ଧବଳେ ମଲ୍ଲିକ ଓ ଦ୍ରାବିଡ଼ ମଲ୍ଲିକ ଖେଳ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ବିଜେତା ଦଳକୁ ୮୦୦୧ ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳକୁ ୬୦୦୧ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ଏବଂ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଏନ୍‌.ସି.ସି କ୍ରିକେଟ କ୍ଲବ୍‌ ସଭାପତି ବୁବୁ ନାୟକ, ଚନ୍ଦନ ପଣ୍ଡା, ରାକେଶ ଜେନା, ରବିନ୍ଦ୍ର ଡାକୁଆ,ହାପି ନାୟକ, ସିପୁନ ଦିଗାଲ,ମିନୁ ସାହାଣୀଙ୍କ ସମେତ କ୍ଲପର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କରାଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

14 + 11 =