କନ୍ଧତଇଲା ଗ୍ରାମର ଟ୍ରାନ୍ସଫର୍ମର ପୋଡି ଘଟଣା,୨୪ଘଣ୍ଟା ଭିତରେ ଗ୍ରାମରେ ଲାଗିଲା ଟ୍ରାନ୍ସଫର୍ମର

0 116

ହରଭଙ୍ଗା: ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ କନ୍ଧତଇଲା ଗ୍ରାମରେ ଦୀର୍ଘ ଦଶ ଦିନ ହେଲା ଗ୍ରାମର ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅନ୍ଧାରରେ ଦିନ ବିତାଉଥିଲେ ଗ୍ରାମବାସୀ । ବିଦ୍ୟୁତ ବିଭାଗକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲା ପରେବି ସମସ୍ୟାର ସମାଧାନ ନ ହେବାରୁ ଗତ ସୋମବାର ଦିନ ଲୁଣିବାହାଲ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ମଧ୍ୟ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ଗଣମାଧ୍ୟମ ଖବର ପ୍ରସାରଣ ପରେ ୨୪ଘଣ୍ଟା ମଧ୍ୟରେ ଗ୍ରାମରେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରି ବିଦ୍ୟୁତ ବିଭାଗ ଗ୍ରାମକୁ ବିଦ୍ୟୁତ ସେବା ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

one × five =