୧୧ ନମ୍ବର ଜୋନ୍‌ରେ ଶରତଙ୍କ ଦବଦବା

0 203

ଦଶପଲ୍ଲା : – ଆଜି ଦଶପଲ୍ଲା ବ୍ଲକ୍‌ ପରିସରରେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗଣତି କାର୍ଯ୍ୟକ୍ରମ ଜାରି ରହିଛି । ଏହି ଆସନରେ ବିଜେଡିର ବସନ୍ତ କୁମାର ପ୍ରଧାନ, ସିପିଆଇ (ଏମ୍‌)ର ପୁରୁଖା ନେତା ଶରତ ଚନ୍ଦ୍ର ବେହେରା, ବିଜେପିର ଦେବେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସର ଅର୍ଜୁନ ପ୍ରଧାନଙ୍କ ମଧ୍ୟରେ ଚତୁର୍ମୂଖୀ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ମୁଖ୍ୟତଃ ବିଜେଡି ଏବଂ ସିପିଆଇ (ଏମ୍‌) ମଧ୍ୟରେ କଡ଼ା ଟକର ହେବା ନେଇ ଶୁଣିବାକୁ ମିଳୁଛି । ଯାହାକି ଏହି ୧୧ ନଂ ଜୋନ୍‌ ଉପରେ ସମସ୍ତଙ୍କ ନଜର ରହିଛି । ଏହି ଜୋନ୍‌ରେ ଖମାରସାହି, ଘୋଳାହାଣ୍ଡି, ମଧ୍ୟଖଣ୍ଡ, ବିହଗାଁ, ନଛିପୁର ଏବଂ ଘୁଗୁଡିପଡା ପଞ୍ଚାୟତ ରହିଛି । ଯେଉଁଥିରେ ୧୦୦ଟି ବୁଥ୍‌ ରହିଥିବା ବେଳେ ୨୫ ହଜାର ୬ ଶହ ଭୋଟର ରହିଛନ୍ତି । ଗତ ନିର୍ବାଚନରେ ଏହି ଆସନରୁ ବିଜେଡି ବାଜିମାତ୍‌ କରିଥିବା ବେଳେ ଚଳିତ ନିର୍ବାଚନରେ ବିଜେଡି ଏବଂ ସିପିଆଇ (ଏମ୍‌) ମଧ୍ୟରେ ଲଢେଇ ଜୋର୍‌ଦାର ହୋଇଛି । ସିପିଆଇ (ଏମ୍‌) ପ୍ରାର୍ଥୀ ଶ୍ରୀ ବେହେରା ଦୀର୍ଘ ୪୦ ବର୍ଷ ଧରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟାରେ ଛିଡ଼ା ହେବା ସହ ବିଭିନ୍ନ ସଂଗଠନ ଓ ଲୋକଙ୍କ ସ୍ୱାର୍ଥ ପାଇଁ ଜନ ଆନ୍ଦୋଳନଠାରୁ ଆରମ୍ଭ କରି ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରି ଆସିଛନ୍ତି । ଯାହାକୁ ନେଇ ଶ୍ରୀ ବେହେରାଙ୍କ ଲୋକ ସମ୍ପର୍କ ଭଲ ରହିଥିବା ହେତୁ ଏହି ଆସନଟି ତାଙ୍କ ସପକ୍ଷରେ ଯିବାନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

15 − eight =