ବିଜେଡି ପ୍ରାର୍ଥୀ ହରିଶ୍ଚନ୍ଦ୍ରଙ୍କ ବିରାଟ ବିଜୟ

0 209

ଦଶପଲ୍ଲା,୨୮/୨: – ନୟାଗଡ଼ ଜିଲ୍ଲାରେ ଥିବା ୨୪ ଗୋଟି ଜିଲ୍ଲାପରିଷଦ ଜୋନ୍‌ ମଧ୍ୟରୁ ଦଶପଲ୍ଲା ବ୍ଲକ୍‌ର ପଶ୍ଚିମାଞ୍ଚଳ ଭାବରେ ପରିଚିତ ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ଘେରା ବାଣୀଗୋଛା ୯ ନଂ ଜୋନ୍‌ରେ ଶାସକ ବିଜେଡି ପ୍ରାର୍ଥୀ ହରିଶ୍ଚନ୍ଦ୍ର ଜାନୀ ବିପୁଳ ପରିମାଣର ଭୋଟ୍‌ ବ୍ୟବଧାନରେ ବିଜୟଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଗୋରେଖ କହଁରଙ୍କ ଠାରୁ ୭୪୧୧ ଖଣ୍ଡ ଭୋଟ୍‌ ପାଇ ବିଜୟଲାଭ କରିଛନ୍ତି । ହରିଶ୍ଚନ୍ଦ୍ର ଜାନୀ ୧୦୧୮୪ ଖଣ୍ଡ ଭୋଟ୍‌ ପାଇଥିବାବେଳେ, ଗୋରେଖ କହଁର ୨୭୭୩ ଖଣ୍ଡ ଭୋଟ୍‌ ପାଇଥିଲେ । ଏହି ଅବସରରେ ଗତକାଲି ଆମ ପ୍ରତିନିଧି ରତ୍ନାକର ହୋତା ଶ୍ରୀ ଜାନୀଙ୍କୁ ତାକଂ ଦୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କନେଡି ଗ୍ରାମରେ ଭେଟିଥିଲେ । ଏହି ଅବସରରେ ଶ୍ରୀ ଜାନୀ ଏ ବିଜୟର ଶ୍ରେୟ ଅଂଚଳବାସୀଙ୍କୁ ଦେଇଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ସାଂସଦ ତଥା ରାଜନୈତିକ ଗୁରୁ ଡ. ଅଚ୍ୟୁତ ସାମନ୍ତ , ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ସ୍ଥାନୀୟ ସମାଜସେବୀ ଶ୍ରୀହରି ନାୟକଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

19 − nine =