ପଞ୍ଚାୟତ ଫଳାଫଳ : ତୃତୀୟ ଦିନରେ ବି ବିଜେଡି ଆଗୁଆ, ଜାଣନ୍ତୁ ବିଜେପି ଓ କଂଗ୍ରେସ ସ୍ଥିତି

0 117

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ଜାରି ରହିିଛି । ଆଜି ତୃତୀୟ ଦିନରେ ଗଣତି ମଧ୍ୟ ଜାରି ରହିଛି । ଆଜି ମୋଟ୍ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି । ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୭୪ଟି ଜୋନରେ ଆଗୁଆ ରହିଛି, ବିଜେପି ୧୪ ଏବଂ କଂଗ୍ରେସ ୪ଟି ଜୋନରେ ଆଗୁଆ ରହିଛି । ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଓ ଦ୍ୱିତୀୟ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୬୨୦ ଆସନରୁ ୫୮୫ର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଯେଉଁଥିରେ ବିଜେଡି ୫୧୮ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୨୯ଟି ଓ ୭ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ତୃତୀୟ ଦିନର ଗଣତି ଜାରି ରହିଛି । ଏଯାବତ୍ ଗଣତି ଓ ଟ୍ରେଣ୍ଡ ସୁଦ୍ଧା ପଛରେ ପଡ଼ିଛି ‘ପଦ୍ମ’ । ୨୦୧୭ର ରେଜଲ୍ଟକୁ ରିପିଟ୍ କରିବାକୁ ଦମ୍ଭୋକ୍ତି ବାଢୁଥିବା ବିଜେପି ଟ୍ରେଣ୍ଡ୍ ହିସାବରେ ପଛରେ ପଡ଼ିଯାଇଛି ।

hiranchal ad1
Leave A Reply

Your email address will not be published.

20 + 17 =