ଦଶପଲ୍ଲାର ଗୌରବ ଇଶାନ୍ୱି ଦାଶ

0 84

ଦଶପଲ୍ଲା,୨୮/୨: – କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ ଠିକ ସେହିପରି ଦଶପଲ୍ଲା କୁଞ୍ଜବନଗଡସ୍ଥିତ ବ୍ରାହ୍ମଣ ସାହିର ସ୍ୱର୍ଗତ ମାଧବାନନ୍ଦ ଦାଶ ଓ ବିଦ୍ୟୁତଲତା ଦାଶଙ୍କ ନାତୁଣୀ ଈଶାନ୍ୱି ଦାଶ ( ବିଭୁଦତ୍ତ ଦାଶ ଓ ପଦ୍ମଜା ମିଶ୍ରଙ୍କ କନ୍ୟା) ମାତ୍ର ଦୁଇ ବର୍ଷ ଚାରି ମାସ ବୟସରେ କୌଣସି ଶିକ୍ଷାନୁଷ୍ଠାନ ନଯାଇ ମଧ୍ୟ ସଂସ୍କୃତ ଭାଷାରେ ବିଭିନ୍ନ ଶ୍ଳୋକ, ପଶୁ ପକ୍ଷୀ, ଜାତୀୟ ସଂଗୀତ ଏବଂ ଜାତୀୟ ସଂକେତ ମନେରଖି ପାରୁଛି । ଇଂରାଜୀ ଭାଷାରେ ଏକରୁ ଦଶ ପର୍ଯ୍ୟନ୍ତ ସଂଖ୍ୟା, ୧୦ଟି ଯାନବାହାନ, ୫ ପ୍ରକାରର ପକ୍ଷୀ, ଫଳ, ପରିବା, ଆଙ୍ଗୁଠି ଏବଂ ଅଙ୍ଗର ନାମ, ୧୨ ମାସର ନାମ, ୩ଟି ଜାତୀୟ ସଂକେତ ଏବଂ ଜାତୀୟ ସଂଗୀତର ଆବୃତ୍ତିକରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବାସହ ପରିବାରର ନାମ ଓ ଟେକ ରଖିପାରିଛି । ଏତେ କମ୍‌ ବୟସରେ ଏପରି ପ୍ରତିଭା ଦେଖି ଆଶା କରାଯାଏ ପିଲାଟି ଭବିଷ୍ୟତରେ ପରିବାର ସହ ଅଞ୍ଚଳର ନାମ ଗୌରବାନ୍ୱିତ କରିବ ।

hiranchal ad1
Leave A Reply

Your email address will not be published.

eighteen − six =