ଖୋଲିଲା ପ୍ରାଥମିକ ବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ବିଦ୍ୟାଳୟକୁ ନେଲେ ଶିକ୍ଷକ ଶିକ୍ଷୟିତ୍ରୀ

0 507

ବାଲିଗୁଡ଼ା,୨୮/୨: ଦୀର୍ଘ ଦୁଇବର୍ଷ ପରେ ରାଜ୍ୟରେ ଆଜି ଖୋଲିଲା ପ୍ରାଥମିକ ବିଦ୍ୟାଳୟ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଆଜି ସକାଳୁ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କୋମଳମତୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ବିଦ୍ୟାଳୟକୁ ପ୍ରବେଶ କରାଯାଇଛି । ବାଲିଗୁଡ଼ା ବ୍ଲକ୍‌ କଲୋନୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଉତ୍ତର କୁମାର ସାହୁ, ସିଆରସିସି ଅମୂଲ୍ୟ କୁମାର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ମୁଖ୍ୟ ଫାଟକରେ ଉପସ୍ଥିତ ରହି ଅଭିନବ ଉପାୟରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ ।

hiring

ବିଦ୍ୟାଳୟର ମୁଖ୍ୟ ଫାଟକରେ କୋଭିଡ୍‌ ନିୟମ ପାଳନକରି ଛାତ୍ରଛାତ୍ରୀଙ୍କ ହାତ ସାନିଟାଇଜ୍‌, ମାସ୍କ ପରିଧାନ କରାଇବା ସହ ମୁଣ୍ଡରେ ଫୁଲ ଓ ଛାତ୍ରଛାତ୍ରୀମାନଙ୍କୁ ମିଠା ଖୁଆଇ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ଦୀର୍ଘ ଦୁଇବର୍ଷ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏଥିସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପାଖରେ ପାଇ ବେଶ୍‌ ଖୁସି ଥିବାବେଳେ ଅଭିଭାବକମାନେ ମଧ୍ୟ ଆନନ୍ଦିତ ଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

2 × one =