ଆସିଲା ଦ୍ୱିତୀୟ ଦିନର ଜିଲ୍ଲା ପରିଷଦ ଫଳାଫଳ, ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

0 115

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ଗଣତି । ଏହାର ଭିତରେ ଦ୍ୱିତୀୟ ଦିନର ଫଳାଫଳ ସାମ୍ନାକୁ ଆସିଛି । ଗତକାଲି ମୋଟ୍‌ ୩୦୫ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହୋଇଥିଲା । ଏଥିରେ ୨୯୫ ଜୋନର ଫଳାଫଳ ଘୋଷଣା ହୋଇଛି । ଘୋଷଣା ଅନୁଯାୟୀ ଶାସକ ବିଜେଡି ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ନିଜର ଦବଦବା ଜାହିର କରିଛି । ଦଳକୁ ୨୬୫ ଆସନ ମିଳିଥିବା ବେଳେ ବିରୋଧୀ ବିଜେପିକୁ ୧୬ ଓ କଂଗ୍ରେସକୁ ମଧ୍ୟ ସମାନ ୧୬ ଜୋନ ମିଳିଛି । ସେହିପରି ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨ଜଣ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଜିତିଛନ୍ତି । ଘୋଷଣା ହୋଇଥିବା ମୋଟ ୬୧୧ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୫୪୩ଟି ଜୋନରେ ଜିତି ଥିବାବେଳେ ବିଜେପି ୩୧, କଂଗ୍ରେସ ୩୦ ଓ ଅନ୍ୟାନ୍ୟ ୭ଟି ଆସନରେ ଜିତିଛନ୍ତି ।

hiranchal ad1
Leave A Reply

Your email address will not be published.

3 + seven =