ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

0 63

ପୁରୀ : ଆଜି ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ “ବନକଲାଗି’ ବା “ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ । ଏନେଇ ଦ୍ୱିପ୍ରହର ଧୂପ ଅର୍ଥାତ ଅପରାହ୍ନ ୪:୩୦ଟା ଠାରୁ ରାତି ୮ଟା ୩୦ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଦ୍ୱିପ୍ରହର ଧୂପ ସରିବା ପରେ ଅତ୍ୟନ୍ତ ଗୁପ୍ତ ଭାବେ ଶ୍ରୀମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପାଦନ କରାଯାଇଥାଏ । ଦତ୍ତମହାପାତ୍ର ସେବକ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିଥାନ୍ତି > ପାରମ୍ପରିକ ରଙ୍ଗ ଯଥା ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ,କର୍ପୁର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କୁ ଶୃଙ୍ଗାର କରାଯାଇଥାଏ । ଏହି ଶୃଙ୍ଗାରକୁ ବନକ ଲାଗି କୁହାଯାଏ ।

hiranchal ad1
Leave A Reply

Your email address will not be published.

17 − ten =