ଏବିଭିପି କଳାହାଣ୍ଡି ତରଫରୁ ଜି-୨୦ ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

0 40

ଭବାନୀପାଟଣା: ଜି-୨୦ ୨୦୨୩ ର ସଭାପତିତ୍ୱ ଭାରତକୁ ମିଳିଛି । ତେଣୁ ଏହି ପରିପେକ୍ଷୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ସ୍ୱାଗତ ସଭା ଆୟୋଜନ ହୋଇଯାଇଛି । ଏହି ସଭାରେ ବିଶ୍ୱବିଦ୍ୟାଳୟ ଓ ଭବାନୀପାଟଣା ନଗର ସ୍ଥିତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଭାରତର ଜି-୨୦ରେ ସଭାପତିତ୍ୱକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନଗର ସମ୍ପାଦକ ବିଦ୍ୟାର୍ଥୀମାନଙ୍କୁ ଜି-୨୦ ଓ ଏଥିରେ ଭାରତର ସଭାପତିତ୍ୱ ବିଷୟରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଣ୍ଟୁ ସ୍ୱାଇଁ, ବିଶ୍ୱବିଦ୍ୟାଳୟ ଶାଖା ସମ୍ପାଦକ ପଞ୍ଚାନନ ଦୁର୍ଗା, ନଗର ସହ ସମ୍ପାଦକ ଅଭିଷେକ ନନ୍ଦ, ମିଲନ ରଣା, ତରୁଣ ସୁନା, ଅଜୟ କୁମାର, ବେଣୁଧର ସୁନାନୀ ଇତ୍ୟାଦି ଉପସ୍ଥିତ ଥିଲେ । ଆଗାମୀ ଦିନରେ ଭାରତର ଏହି ଉପଲବ୍ଧି ଗୁଡିକ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପାଠ୍ୟଚକ୍ର ଓ ସଂଗୋଷ୍ଠୀ ମାଧ୍ୟମରେ ଏବିଭିପି କାର୍ଯ୍ୟ କରିବ ବୋଲି ନଗର ସମ୍ପାଦକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − fourteen =