“ସଖି’ ୱାନ ଷ୍ଟପ୍‌ ସେଣ୍ଟର ପକ୍ଷରୁ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

0 115

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା ଓ ବାଳିକା ମାନଙ୍କୁ ନେଇ “ସଖି’ ୱାନ ଷ୍ଟପ୍‌ ସେଣ୍ଟର ପକ୍ଷରୁ ଏକ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରରେ ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ସାମ୍ପ୍ରତିକ ସାମାଜିକ ସ୍ଥିତିରେ ମହିଳା ଓ ବାଳିକା ମାନେ ସାମ୍ନା କରୁଥିବା ବିଭିନ୍ନ ନିର୍ଯ୍ୟାତନାକୁ “ସଖି’ ୱାନ ଷ୍ଟପ କେନ୍ଦ୍ରରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରି ୫ ପ୍ରକାର ସମ୍ବଦ୍ଧୀୟ ସେବା ଯୋଗାଇ ଦେବା କଥା କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ନାୟକ ବିସ୍ତୃତ ଆଲୋଚନା କରିଥିଲେ ।
ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ କେ. ସୁନିତା ଯୋଗଦେଇ advika appର ଏବଂ ତାର ଇଂଷ୍ଟେଲଲସନ ଉପରେ ବୁଝାଇଥିଲେ ଓ ତା ସଙ୍ଗେ ଆନ୍ତର୍ଜାତୀୟ ସ୍ତରରେ ନାରୀ ନିର୍ଯାତନାର ନିରାକରଣ ପାଇଁ ଆରମ୍ଭ ହେଇଥିବା ୧୬ ଦିନିଆ ଅଭିଯାନର ବିଭିନ୍ନ ଦିଗ ବିଷୟରେ କହିଥିଲେ । ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ବାଳିକା ମାନଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବିଷୟରେ କହିଥିଲେ ।
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀସୁସ୍ଥ ସମାଜ ଗଠନରେ ମହିଳା ଓ ବାଳିକା ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇ ଥିଲେ ।
ଅନିତା ମିଶ୍ର “ସଖି’ କେନ୍ଦ୍ରର ଆଇନଗତ ସହାୟତା ଓ ବାଲ୍ୟବିବାହ ବିଷୟରେ ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇଥିଲେ ।
ଏତଦବ୍ୟତୀତ ମୋହିନୀ ପ୍ରଧାନ ସାଇବର କ୍ରାଇମ ଓ ମହିଳା ଚାଲାଣ ଆଦି ବିଷୟରେ ଚର୍ଚ୍ଚା କରି ଛାତ୍ରୀମାନଙ୍କୁ ସତର୍କ ରହିବା ପାଇଁ କହିଥିଲେ ।
ସଖି କେନ୍ଦ୍ରର ମଞ୍ଜୁଳା ଚୌଧୁରୀ ଓ ମଧୁସ୍ମିତା ସାହୁ ବର୍ତ୍ତମାନ ସମାଜରେ ଘଟୁଥିବା ବିଭିନ୍ନ ନିର୍ଯାତନାର କିପରି ପ୍ରତିରୋଧ କରିପାରିବେ ତାହା ବୁଝାଇଥିଲେ । ଶେଷରେ ଶ୍ରୀମତୀ ମିନା କୁମାରୀ ଟହଲ ଧନ୍ୟବାଦ ଅର୍ପଣ କରିଥିଲେ ।
ଶିକ୍ଷା ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =