ବଲାଙ୍ଗିରଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ ଦିବସ ପାଳିତ,ନିୟନ୍ତ୍ରଣ ପାଇଁ ଜନସଚେତନତା ଉପରେ ଗୁରୁତ୍ୱାରୋପ

0 29

ବଲାଙ୍ଗିର : ଆଜି ବଲାଙ୍ଗିର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଏଡସ ନିରାକରଣ ୟୁନିଟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଏଡସ ନିରାକରଣ କାର୍ଯ୍ୟକ୍ରମର ସହଯୋଗୀ ବେସରକାରୀ ସଂସ୍ଥା ସହଯୋଗରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ଏଡସ ଦିବସ ପାଳନ ଉପଲକ୍ଷେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ବାହାରିଥିବା ଏକ ସଚେତନତା ରାଲିକୁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଏନଏମ ତାଲିମ କେନ୍ଦ୍ରର ଛାତ୍ରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତାଙ୍କ ଦ୍ୱାରା ଅନୁଷ୍ଠିତ ଏହି ରାଲି ସହର ପରିକ୍ରମା କରି ସିଡିଏମଓ କାର୍ଯ୍ୟବଲାଙ୍ଗିର : ଆଜି ବଲାଙ୍ଗିର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଏଡସ ନିରାକରଣ ୟୁନିଟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଏଡସ ନିରାକରଣ କାର୍ଯ୍ୟକ୍ରମର ସହଯୋଗୀ ବେସରକାରୀ ସଂସ୍ଥା ସହଯୋଗରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ଏଡସ ଦିବସ ପାଳନ ଉପଲକ୍ଷେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ବାହାରିଥିବା ଏକ ସଚେତନତା ରାଲିକୁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଏନଏମ ତାଲିମ କେନ୍ଦ୍ରର ଛାତ୍ରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତାଙ୍କ ଦ୍ୱାରା ଅନୁଷ୍ଠିତ ଏହି ରାଲି ସହର ପରିକ୍ରମା କରି ସିଡିଏମଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ରାଲି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିକାଲ ଅଧିକ୍ଷକ ଡ. ମାନସୀ ପଣ୍ଡା, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଦିବ୍ୟ କିଶୋର ପତି , ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର , ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି ) ଡ ସିଦେ୍ଧଶ୍ୱର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଚଆଇଭି / ଏଡସର ନିରାକରଣ ପାଇଁ ଜନସଚେତତା ଦ୍ୱାରା ହିଁ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସରକାରୀ, ବେସରକାରୀ ଓ ବିଭିନ୍ନ ସାମାଜିକ ସଂଗଠନ ପାରସ୍ପାରିକ ସହଯୋଗ ରକ୍ଷା କରି ଏଡସ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ଲୋକାଭିମୁଖୀ କରିବା ଦିଗରେ ଚେଷ୍ଟିତ ହେବା ନିମନ୍ତେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସଚେତନତା ସଭାରେ ବିଶ୍ୱ ଏଡସ ଦିବସର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଏନଏମ ତାଲିମ କେନ୍ଦ୍ରର ଛାତ୍ରୀମାନେ ଏଡସ ସଚେତନତା ସମ୍ପର୍କିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ ଏବଂ ସଭାରେ ଏଡସ ସମ୍ପର୍କିତ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଏଡସ ନିରାକରଣ ୟୁନିଟର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ରାଜେନ୍ଦ୍ର କୁମାର ମହାରଣା ଜିଲ୍ଲାରେ ଏଡସ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ,ସ୍ଥିତି ଏବଂ ଏଡସ ରୋଗୀ ମାନେ ପାଉଥିବା ବିଭିନ୍ନ ସରକାରୀ ସହାୟତା ସମ୍ପର୍କରେ ସୂଚନା ଦେବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଳୟ ପର୍ଯ୍ୟନ୍ତ ଆସିଥିଲା । ରାଲି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିକାଲ ଅଧିକ୍ଷକ ଡ. ମାନସୀ ପଣ୍ଡା, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଦିବ୍ୟ କିଶୋର ପତି , ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର , ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି ) ଡ ସିଦେ୍ଧଶ୍ୱର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଚଆଇଭି / ଏଡସର ନିରାକରଣ ପାଇଁ ଜନସଚେତତା ଦ୍ୱାରା ହିଁ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସରକାରୀ, ବେସରକାରୀ ଓ ବିଭିନ୍ନ ସାମାଜିକ ସଂଗଠନ ପାରସ୍ପାରିକ ସହଯୋଗ ରକ୍ଷା କରି ଏଡସ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ଲୋକାଭିମୁଖୀ କରିବା ଦିଗରେ ଚେଷ୍ଟିତ ହେବା ନିମନ୍ତେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସଚେତନତା ସଭାରେ ବିଶ୍ୱ ଏଡସ ଦିବସର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଏନଏମ ତାଲିମ କେନ୍ଦ୍ରର ଛାତ୍ରୀମାନେ ଏଡସ ସଚେତନତା ସମ୍ପର୍କିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ ଏବଂ ସଭାରେ ଏଡସ ସମ୍ପର୍କିତ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଏଡସ ନିରାକରଣ ୟୁନିଟର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ରାଜେନ୍ଦ୍ର କୁମାର ମହାରଣା ଜିଲ୍ଲାରେ ଏଡସ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ,ସ୍ଥିତି ଏବଂ ଏଡସ ରୋଗୀ ମାନେ ପାଉଥିବା ବିଭିନ୍ନ ସରକାରୀ ସହାୟତା ସମ୍ପର୍କରେ ସୂଚନା ଦେବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

15 − two =