ଇଣ୍ଟରକଣ୍ଟିନେଣ୍ଟାଲ କପ୍‌-୨୦୨୩ର ପ୍ରଥମ ଟିକେଟ କିିଣିଲେ ମୁଖ୍ୟମନ୍ତ୍ରୀ

0 54

ଭୁବନେଶ୍ୱର,୩୦/୫ : ଆସନ୍ତା ଜୁନ ୯ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଅନର୍ମହାଦେଶୀୟ କପ୍‌-୨୦୨୩(ଇଣ୍ଟରକଣ୍ଟିନେଣ୍ଟାଲ କପ୍‌-୨୦୨୩)ର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭାରତୀୟ ଫୁଟବଲ ଟିମ୍‌ର କ୍ୟାପଟେନ ସୁନିଲ ଛେତ୍ରୀଙ୍କ ହାତରୁ ସେ ଗ୍ରହଣ କରିଛନ୍ତି ଏହି ଟିକେଟ । ଟିକେଟ ଗ୍ରହଣ ବେଳେ ଉପସ୍ଥିତ ଥିଲେ ନିଖିଳ ଭାରତ ଫୁଟବଲ ଫେଡେରେସନ(ଏଆଇଏଫଏଫ)ର ସାଧାରଣ ସଂପାଦକ ଡକ୍ଟର ଶାଜି ପ୍ରଭାକରନ ଓ ଭାରତୀୟ ଫୁଟବଲ ଟିମ୍‌ର କୋଚ ଇଗୋର ଷ୍ଟିମାକ ଉପସ୍ଥିତ ଥିଲେ ।
ଓଡ଼ିଶା ପ୍ରଥମ ଥର ପାଇଁ ଏଭଳି ଏକ ଅନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଜୁନ ୯ରୁ ଆରମ୍ଭ ହୋଇ ୧୮ରେ ଶେଷ ହେବ । ଏହି ଚତୁଃ-ରାଷ୍ଟ୍ରୀୟ ଇଭେଣ୍ଟରେ ଭାରତ,ଲେବାନନ,ମଙ୍ଗୋଲିଆ ଓ ଭାନୁଆନ୍ତୁ ଭାଗ ନେବେ । ଓଡ଼ିଶା ଏହା ପୂର୍ବରୁ ଏକାଧିକ ମେଗା ଇଭେଣ୍ଟ ସଫଳତାର ସହ ଆୟୋଜନ କରି ପ୍ରଶଂସିତ ହୋଇଛି । ଏହି ଇଭେଣ୍ଟକୁ ମଧ୍ୟ ଓଡ଼ିଶା ସଫଳତାର ସହ ଆୟୋଜନ କରିବ ବୋଲି ଆଶା କରାଯାଉଛି । ଏଫଆଇଏଚ ଓଡ଼ିଶା ହକି ପୁରୁଷ ବିଶ୍ୱ କପ-୨୦୨୩ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯାଇଥିଲା ଏବଂ ଏହା ବେଶ୍‌ ସଫଳ ହୋଇଥିଲା । ଏହାଛଡ଼ା, ଓଡ଼ିଶା ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱ କପ ୨୦୨୨,ସାଫଅଣ୍ଡର-୨୦ ଚାମ୍ପିଅନସିପ-୨୦୨୨,ଆଇଏସଏଲ ସିଜିନ୍ସ,ଆଇଡବ୍ଲୁଏଲ୨୦୨୧-୨୨ ଓ ଓଡ଼ିଶା ମହିଳା ଲିଗ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟକୁ ସଫଳତାର ସହ ଆୟୋଜନ କରି ଉଚ୍ଚ ପ୍ରଶଂସିତ ହୋଇଛି । ଟିକେଟ ଗ୍ରହଣ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବହୁସଂଖ୍ୟାରେ ଷ୍ଟାଡିୟମକୁ ଆସି ଖେଳର ମଜା ଉଠାଇବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 1 =