ଗିରଫ ହେଲେ ମିସ୍‌ ୪୨୦

0 331

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍‌ ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ମହିଳାକୁ ନୂଆଗାଁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବରଗଡ଼ ଥାନା ଟୁରା ଗ୍ରାମ ଭଣ୍ଡାରି ସାହିର ଜଣେ ମହିଳା କିଛି ବର୍ଷ ହେବ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ମହିପୁରରେ ରହୁଥିଲେ । କ୍ରମେ ସେ ଲୋକମାନଙ୍କ ସହ ମିଶି ମହିଳା ଗ୍ରୁପ୍‌ ଓ ଲୋକମାନଙ୍କୁ ପ୍ରଲୋଭନ ଦେଖାଇ ୮ ଲକ୍ଷରୁ ଅଧିକ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲା । ଏ ନେଇ ଏସଏଚ୍‌ଜିର ମହିଳା ଏବଂ ଲୋକମାନେ ନୂଆଗାଁ ଥାନାରେ ଅଗଷ୍ଟ ମାସ ୩୧ ତାରିଖରେ ଅଭିଯୋଗ କରିବା ପରେ ନୂଆଗାଁ ପୁଲିସ୍‌ ୧୧୨/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
କୌଣସି ସୂତ୍ରରୁ ଉକ୍ତ ମହିଳା ବାଣୀଗୋଛା ଥାନା ଅଂଚଳରେ ରହୁଥିବା ଖବର ପାଇ ନୂଆଗାଁ ପୁଲିସ୍‌ ଚଢ଼ାଉ କରି ନୂଆଗାଁ ଥାନାକୁ ଆଣି କୋର୍ଟ ଚାଲାଣ କରାଯାଇଥିବା, ନୂଆଗାଁ ଥାନା ଅଧିକାରୀ ବସନ୍ତ ସାହୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 8 =