ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ସହ ପାଳିତ

0 79

ବାଲିଗୁଡା,୧୫/୮- କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ମହୋତ୍ସବ ବାଲିଗୁଡାସ୍ଥିତ ମିନିଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବାସହ ଅଭିବାଦନ ଗ୍ରହଣକରି ସ୍ୱାଧୀନତାର ପରିଭାଷା ଭିନ୍ନ ଭିନ୍ନ ହୋଇଥାଏ ଯାହାକି, ସ୍ୱାଧିନତା ପାଇବା ବହୁତ କଷ୍ଟକର କିନ୍ତୁ ସ୍ୱାଧିନତାକୁ ସାଇତି ରଖିବା, ସ୍ୱାଧିନତାକୁ ସୁରକ୍ଷିତ ରଖିବା ଏବଂ କିଛି ଦିନ ପରେ ସ୍ୱାଧୀନତାକୁ ଆଉ କାହାକୁ ଦେବା ଅଧିକ କଷ୍ଟକର” ବୋଲି ଉପଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ । ମହାମାରୀ କରୋନା ଭୂତାଣୁ ଏବଂ ସରକାରଙ୍କ ନିୟମକୁ ପାଳନ କରି ଚଳିତବର୍ଷ ସାମୁହିକ ପ୍ୟାରେଡ ହୋଇନାହିଁ କେବଳ ଗୋଟିଏ କଣ୍ଟିଜେଣ୍ଟ ପୁଲିସ ବାହିନୀ ଯୋଗ ଦେଇଥିଲେ । ଏହା ପରେ ବାଲିଗୁଡା ଉପଖଣ୍ଡର କରୋନା ଯୋଦ୍ଧା ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସଫେଇ କର୍ମଚାରୀ, ସାପ ଧରାଳି କର୍ମୀ, ସଫଳ ଚାଷୀ, ଏସଏଚଜି ଗ୍ରୁପ ତଥା ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ପୂଜାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଜଗଦୀଶ ଷଡଙ୍ଗୀ, ତହସିଲଦାର ଶଶାଙ୍କ ଶେଖର ପାତ୍ର, ସହକାରୀ ଜିଲ୍ଲାପାଳ ହଳଧର ନାୟକ, ଶିଶୁ କଲ୍ୟାଣ ବିକାଶ ଅଧିକାରୀ ଶ୍ରୀମତୀ ଅନିତା ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିବାବେଳେ ସହକାରୀ କର୍ମଚାରୀ ଅଭିମନ୍ୟୁ ପ୍ରଧାନ, ରଶ୍ମୀରଞ୍ଜନ ମହାରଣା, ତୀର୍ଥବାସୀ ଘଡାଇ, ବ୍ରଜବନ୍ଧୁ ସାହାଣି ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 2 =