ଭଦ୍ରକ ପ୍ରଶାସନ ପକ୍ଷରୁ ନିରାଡମ୍ବର ୭୫ତମ ସ୍ୱାଧିନତା ଦିବସ ପାଳିତ

0 53

ଭଦ୍ରକ,୧୫/୮ – କରୋନା କଟକଣାକୁ ଅନୁପାଳନ ପୂର୍ବକ ନିରାଡ଼ମ୍ବର ଭାବେ ଭଦ୍ରକ ପ୍ରଶାସନ ତରଫରୁ ପାଳିତ ହୋଇଛି ୭୫ତମ ସ୍ୱାଧୀନତା ଦିବସ । ମୁଖ୍ୟ ଅତିଥି ଭାବେ ଭଦ୍ରକର ନୂତନ ଜିଲ୍ଲାପାଳ ତ୍ରିଲୋଚନ ମାଝି ଯୋଗଦେଇ “ବହୁ ତ୍ୟାଗ-ବଳୀଦାନ ଓ ସଂଘର୍ଷ ମଧ୍ୟଦେଇ ମିଳିଥିବା କଷ୍ଟଲବ୍ଧ ସ୍ୱାଧିନତାର ମହତ୍ୱ ବଜାୟ ରଖିବା ଆମର କର୍ତ୍ତବ୍ୟ ହୋଇଥିବା ବେଳେ ଏଥିପାଇଁ ବଳିଦାନ ଦେଇଥିବା ବୀର ସନ୍ତାନ ମାନଙ୍କର ସ୍ମୃତିିଚାରଣ କରିବା ସହିତ କୋଭିଡ୍‌ ନିୟନ୍ତ୍ରଣ ଯୁଦ୍ଧର ପରିଚାଳନା କ୍ଷେତ୍ରରେ ଭଦ୍ରକର ସରକାରୀ ଓ ବେସରକାରୀ ସ୍ତରର ଅବଦାନକୁ ପ୍ରଶଂସା କରିବା ସହିତ ଆଗକୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରତ୍ୟୁଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ ଗାନ ପୂର୍ବକ ମ୍ୟୁନିସିପାଲିଟି ଅଞ୍ଚଳ ପରିକ୍ରମା କରାଯାଇଥିଲା । ସକାଳ ୭ ଘଟିକାରେ ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମ ଇତିହାସର ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ଶ୍ରୀ ମାଝିଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ସାଧାରଣ ବିଭାଗୀୟ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ରାଜସ୍ୱ ବିଦ୍ଭାଗୀୟ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଓ ଉପ ଜିଲ୍ଲାପାଳ ପୀତାମ୍ବର ମାସଲ ପ୍ରମୁଖ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଭଦ୍ରକ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତ୍ରିଲୋଚନ ମାଝି ଯୋଗଦେଇ ସକାଳ ଠିକ୍‌ ୯.୧୫ ମିନିଟରେ ପତାକାତ୍ତୋଳନ କରିବା ସହିତ ଉଦ୍‌ବୋଧନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ଯୋଗଦେଇଥିଲେ । ପତାକା ଉତ୍ତୋଳନ ଉତ୍ସବ ସମୟରେ ପାରଂପରିକ ଭାବେ ପୋଲିସ ତରଫରୁ ବ୍ୟାଣ୍ଡ ବାଜା ଓ ଜାତୀୟ ସଂଗୀତ ଗାନ କରାଯାଇଥିଲା ଓ ୨ଟି ପୋଲିସ୍‌ କଣ୍ଟିଜେଣ୍ଟଙ୍କ ଠାରୁ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆର.ଆଇ. ପୋଲିସର ମନୋରଞ୍ଜନ ତରାଇ ପ୍ୟାରେଡ଼ କମାଣ୍ଡର ଭାବେ ପ୍ୟାରେଡ ପରିଚାଳନା କରିଥିଲେ । ଏହାପରେ ମହାବିଦ୍ୟାଳୟ ପରିସରରେ ଥିବା ଡେଡିକେଟେଡ୍‌ କୋଭିଡ଼ କେୟାର ସେଣ୍ଟର ସମ୍ମୁଖରେ ବୃକ୍ଷରୋପଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ସଂପୃକ୍ତ ବିଭାଗର ତାପସ ନାୟକ, ଜୟ ଅମରଦୀପ, ସୁକାନ୍ତ ସାହୁ, ଅଜୟ ନାୟକ ଓ ମିନାକ୍ଷୀ ଗରାବଡୁ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହି ଉତ୍ସବରେ ବହୁ ସରକାରୀ ପଦାଧିକାରୀ ଓ କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, କୋଭିଡ଼ ଯୋଦ୍ଧା ଓ ବୁଦ୍ଧିଜୀବୀ ସାମାଜିକ ଦୂରତା ଓ ମାକ୍ସ ପରିଧାନ ପୂର୍ବକ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eighteen + 19 =