ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

0 48

ବୌଦ୍ଧ,୨୯/୪:- ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ସ୍ଥାନୀୟ ଟାଉନହଲ ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଚାଷୀ, କଲେଜ ଛାତ୍ର, ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯାହାକି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ କୃଷକ ବଜାରରେ ସମାପ୍ତ ହୋଇଥିଲା । ଏହାପରେ କୃଷକ ବଜାର ପ୍ରାଙ୍ଗଣରେ ମାହେଶ୍ୱରୀ ଗୋଶାଳା ତରଫରୁ ସମାଜରେ ପ୍ରାଣୀ ଚିକିତ୍ସକ ମାନଙ୍କର ଭୂମିକା ଶୀର୍ଷକ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଟାଉନହଲ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ଏହାପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଦୀପ୍ତ କୁମାର ରଥଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ, ସୂଚନା ଓ ଲୋକସମ୍ପର୍କ ବିଭାଗ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଯୋଗଦେଇ ଦେଶୀ ଗାଈଗୋରୁ କମିବା ସତ୍ତେ୍ୱ କୃତ୍ରିମ ପ୍ରଜନନ ମାଧ୍ୟମରେ ସୃଷ୍ଟ ଶଙ୍କର ଜାତୀୟ ଗାଈ ଦ୍ୱାରା ଦୁଗ୍ଧ ଉତ୍ପାଦନ ଏବଂ ଦୁଗ୍ଧ ସମବାୟ ସମିତି ଗଠନ ମାଧ୍ୟମ ଦୁଗ୍ଧ ସଂଗ୍ରହ ବୃଦ୍ଧି କରିପାରିଥିବାରୁ ପ୍ରାଣୀ ଚିକିତ୍ସକ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧ ଡେପୁଟି କଲେକ୍ଟର ହୃଷୀକେଶ ତ୍ରିପାଠୀ,ଏଡିଭିଓ ରୋଗ ନିଦାନ ଡା. ପ୍ରଭାସ କୁମାର ବେହେରା, ଏଡିଭିଓ ପ୍ରାଣୀ ପାଳନ ଡା. ନିରୋଦ ଚନ୍ଦ୍ର କହଁର ପ୍ରମୁଖ ଯୋଗଦେଇ ଜିଲ୍ଲାର ପ୍ରାଣୀ ଚିକିତ୍ସକ ମାନଙ୍କୁ ପ୍ରଶଂସା କରିବା ସହିତ ଜିଲ୍ଲାରେ ଦୁଗ୍ଧ, ମାଂସ, ଅଣ୍ଡା ଆଦି ଉତ୍ପାଦନ ବୃଦ୍ଧି ଓ ପ୍ରାଣୀ ପାଳକ ମାନଙ୍କ ଆୟ ବୃଦ୍ଧି ଦିଗରେ ଆହୁରି ସଂଗଠିତ ଉଦ୍ୟମ କରିବାକୁ ଅନୁପ୍ରାଣିତ କରିଥିଲେ ।

hiring

ଏହି ଅବସରରେ ଉତ୍ତମ କାର୍ଯ୍ୟ କରୁଥିବା ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କୃତ୍ରିମ ପ୍ରଜନନ କାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସରକାରୀ ପ୍ରୋତ୍ସାହନରେ ଉତ୍ତମ କୁକୁଡ଼ା ଚାଷ ତଥା ଉତ୍ତମ ସମନ୍ୱିତ କୃଷିପାଇଁ ଅଗ୍ରଣୀ ଚାଷୀ ତଥା ମହିଳା ସ୍ୱୟଂ ସହାୟକ ଦଳ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ପ୍ରଶିକ୍ଷଣ ଅଧିକାରୀ ଡା ସଂଘମିତ୍ରା ପ୍ରାମାଣିକ ମଞ୍ଚ ପରିଚାଳନା କରିଥିଲେ । ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡ଼ା. ପ୍ରିୟବ୍ରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ପୂର୍ବଦିନ ହରଭଙ୍ଗା ବ୍ଲକର ପଙ୍କୁଆଳ ଗ୍ରାମରେ ଏକ ବିଶାଳ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହେବା ସହିତ ବିଭାଗ ତରଫରୁ ସ୍ଥାନୀୟ ଦନ୍ତାପାଲିସ୍ଥିତ ମାହେଶ୍ୱରୀ ଗୋଶାଳାରେ ଥିବା ଆଶ୍ରିତ ବୁଲା ଗାଈଗୋରୁଙ୍କୁ ଗୋଖାଦ୍ୟ ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

7 + thirteen =