ଟାଉନ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

0 70

ବୌଦ୍ଧ,୬/୯: ବୌଦ୍ଧସହରର ଗାନ୍ଧୀଛକରେ ଟାଉନ ଦୁର୍ଗାପୂଜା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଟାଉନ ଦୁର୍ଗା ପୂଜା କମିଟିର ସଭାପତି ପ୍ରେମାନନ୍ଦ ମିଶ୍ର, ପୂର୍ବତନ ସଭାପତି ନିବାସ ଚନ୍ଦ୍ର ଦାନୀ, ସଂପାଦକ ନଟବରଲାଲ ଅଗ୍ରୱାଲ, କୋଷାଧ୍ୟକ୍ଷ ମହମ୍ମଦ ସବିର, କମିଟି ସଦସ୍ୟ ଶ୍ରୀଧର ବାରିକ, ପଦ୍ମଚରଣ ମହାରଣା, ସତ୍ୟନାରାୟଣ ପାଣି, ଲିଙ୍ଗରାଜ ପୃଷ୍ଟି, ହୃଦାନନ୍ଦ ମେହେର, ସତ୍ୟବ୍ରତ ମିଶ୍ର, ହରିଶ୍ଚନ୍ଦ୍ର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ । ପୂଜାରେ କର୍ତ୍ତାଭାବେ ସଂପାଦକ ନଟବରଲାଲ ଅଗ୍ରୱାଲ ବସିଥିବାବେଳେ ପୂଜକ ମାନସ ରଞ୍ଜନ ମିଶ୍ର ମନ୍ତ୍ର ଉଚ୍ଚାରଣ କରି ପୂଜାପାଠ କରିଥିଲେ । କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ବିଧିରକ୍ଷା କରି ବିନା ଭକ୍ତରେ ନିରାଡମ୍ବର ଭାବେ ପୂଜା କରାଯାଇଥିଲା । ଚଳିତବର୍ଷ କରୋନା କଟକଣା ହଟିଯାଇଥିବାରୁ ଭକ୍ତଙ୍କ ଗହଳରେ ପୂଜାକୁ ଆହୁରି ଆକର୍ଷଣୀୟ କରାଯିବ ବୋଲି କମିଟି ସଦସ୍ୟମାନେ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen + five =