ବିଧାନସଭା ନିର୍ବାଚନ ଲଢିବେ ପ୍ରିୟଙ୍କା !

0 105

ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଇବରେଲି କିମ୍ବା ଆମେଥୀଙ୍କ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କୁହାଯାଉଛି । ଯଦି ଏହା ହୁଏ ଗାନ୍ଧୀ ପରିବାରର ପ୍ରଥମ ସଦସ୍ୟ ଭାବେ ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହାପୂର୍ବରୁ ଗାନ୍ଧୀ ପରିବାରର ସମସ୍ତ ସଦସ୍ୟ କେବଳ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ।
ସୂତ୍ରରୁ ପ୍ରକାଶ ଯେ ପ୍ରିୟଙ୍କାଙ୍କ ପ୍ରଥମ ପସନ୍ଦ ହେଉଛି ଆମେଥୀ, କାରଣ ସେ ସେଠାରେ ରାହୁଲ ଗାନ୍ଧୀଙ୍କ ପରାଜୟର ପ୍ରତିଶୋଧ ନେବା ସହ ଆମେଥୀରେ ଲୋକସଭା ନିର୍ବାଚନ ପାଇଁ ମୂଳଦୁଆ ପକାଇବେ । ଏହା ଦ୍ୱାରା ୨୦୨୪ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀଙ୍କୁ ଚ୍ୟାଲେଞ୍ଜ କରିପାରିବେ ।

hiranchal ad1
Leave A Reply

Your email address will not be published.

eleven − 4 =