କାକଟପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନିନ୍ଦା

0 72

ପୁରୀ,୨୧/୧୦- କାକଟପୁର ମା ମଙ୍ଗଳା ମନ୍ଦିର ସମ୍ମୁଖରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଇଥିବା ବର୍ବୋଚରିତ ଆକ୍ରମଣ, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ତୀବ୍ର ପ୍ରତିବାଦ କରାଯାଇଛି । କାକଟପୁର ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ,ଜିଲ୍ଲା ସହ ସମ୍ପାଦକ ରଘୁନାଥ ମହାପାତ୍ର, ଜିଲ୍ଲା ଗୋ ସୁରକ୍ଷା ପ୍ରମୁଖ ମିହିର ରଞ୍ଜନ ଦୀକ୍ଷିତ ପ୍ରମୁଖ ଯୋଗଦେଇ ଅଣ ହିନ୍ଦୁ ମାନଙ୍କ ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ । ଦେଶ ବାହାରେ ଓ ଦେଶର ଜାମ୍ମୁ କାଶ୍ମୀର, ନାଗାସନ୍ୟାସୀ, ହିନ୍ଦୁ ସନ୍ଥ ମାନଙ୍କ ଉପରେ ଅଣହିନ୍ଦୁ ମାନଙ୍କ ସଙ୍ଘବଦ୍ଧ ଆକ୍ରମଣକୁ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

fifteen − one =