ଟ୍ରେନ୍ ଅଟକାଇ ପ୍ରତିବାଦ

0 57

ଧାରଣା ଉପରେ ଛିଡା ହୋଇଥିବା ଟ୍ରେନ୍କୁ ଅଟକାଇ ପ୍ରତିବାଦ କରୁଛନ୍ତି ଲୋକେ । ପଲାସା-କଟକ ପାସେଞ୍ଜର ଟ୍ରେନକୁ ଅଟକାଇଛନ୍ତି ଲୋକେ । ଅଧଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ଅଟକି ରହିଛି । ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ରେଳ ଅଟକାଇ ପ୍ରତିବାଦ କରୁଛନ୍ତି ସ୍ଥାନୀୟ ଲୋକେ। ପ୍ରତ୍ୟକ ଦିନ ନିୟମିତ ଭାବରେ ବିଭିନ୍ନ କାମରେ ଭୁବନେଶ୍ୱରକୁ ଯାତ୍ରା କରୁଛନ୍ତି ଏହି ଅଞ୍ଚଳର ଯାତ୍ରୀ । ଅନେକ ସରକାରୀ ଆଉ ବେସରକାରୀ ଚାକିରିଆ ବି ନିର୍ଭର କରନ୍ତି ଏହି ପଲାସା – କଟକ ଟ୍ରେନ ଉପରେ । ତେବେ ଏହି ଟ୍ରେନରେ ।ବଗି ସଂଖ୍ୟା କମ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ଯାତ୍ରୀ । ଏହାର ପ୍ରତିବାଦରେ ଆଜି ତାପଙ୍ଗ ଷ୍ଟେସନରେ ପ୍ରତିବାଦ କରିଥିଲେ ଯାତ୍ରୀ । ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ୍ ହୋଇଛି।

hiranchal ad1
Leave A Reply

Your email address will not be published.

two × 2 =