Middle East War Update: ଇରାନ-ଆମେରିକା ମଧ୍ୟରେ ଥମୁନି ଉତ୍ତେଜନା ; ବିଶ୍ୱ ବଜାରରେ ଦେଖାଦେବ ମହାସଙ୍କଟ !

0 72

ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ସାରା ବିଶ୍ୱବାସୀଙ୍କୁ ସଙ୍କଟରେ ପକାଇଛି । ଦୁଇ ଦେଶ ମଧ୍ୟରେ ନା କୌଣସି ସ୍ଥାୟୀ ଚୁକ୍ତି ସ୍ୱାକ୍ଷର ହେଉଛି ନା ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ହେଉଛି । ହର୍ମୁଜ ପ୍ରଣାଳୀ ଉପରେ ଆମେରିକାର ଅବରୋଧ ହେତୁ ଇରାନର ତୈଳ ଉତ୍ପାଦନ କ୍ଷମତା ଉପରେ ବଡ ପ୍ରଭାବ ପଡୁଛି । ଏହାରି ଭିତରେ ପୁଣିଥରେ ଅଶୋଧିତ ତୈଳ ଦର 4 ପ୍ରତିଶତ ବୃଦ୍ଧି ପାଇବା ହେତୁ ଆଗାମୀ ଦିନରେ ବିଶ୍ୱ ବଜାର ଉପରେ ଏହାର ବଡ ପ୍ରଭାବ ପଡିପାରେ ବୋଲି କୁହାଯାଉଛି ।

କାହିଁକି ନା ଇରାନ ଓ ଆମେରିକା ମଧ୍ୟରେ ବାରମ୍ୱାର ଶାନ୍ତି ଆଲୋଚନା ହେଉଥିଲେ ମଧ୍ୟ ତାହା ବିଫଳ ହେଉଛି । କେତେବେଳେ ଇରାନର ସର୍ତ୍ତରେ ଆମେରିକା ସହମତି ପ୍ରକାଶ କରୁନାହିଁ ତ ଆଉ କେତବେଳେ ଆମେରିକାର ସର୍ତ୍ତରେ ଇରାନ ସହମତି ଦେଉନାହିଁ । ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଉତ୍ତେଜନା ଥମିବାର ନାଁ ଧରୁନି । ଫଳରେ ବିଶ୍ୱରେ ଆଗକୁ ତୈଳ ଦର ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଛି ।

hiring

ମିଳିଥିବା ସୂଚନା ମୁତାବକ ଯୁଦ୍ଧ ବନ୍ଦ ନିମନ୍ତେ ଆମେରିକା ତରଫରୁ ଇରାନକୁ ୧୪ ସୂତ୍ରୀ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ଏହାର ଜବାବରେ ଇରାନ ରଖିଥିବା ସର୍ତ୍ତ ଆମେରିକାକୁ ହଜମ ହେଲା ନାହିଁ । ଇରାନ ଅତି କମ୍ ରେ ୧୨ବର୍ଷ ପର୍ଯ୍ୟନ୍ତ ୟୁରାନିୟମ ସମୃଦ୍ଧକରଣ ବନ୍ଦ କରିବା ସହ ୪୪୦ ସମୃଦ୍ଧ ୟୁରାନିୟମ ହସ୍ତାନ୍ତର କରିବାକୁ ହେବ ଏବଂ ଏହା ବଦଳରେ ଆମେରିକା ଇରାନ ଉପରୁ କଟକଣା ହଟାଇବା ସହ ଜବତ ହୋଇଥିବା ଶହ ଶହ କୋଟି ଡଲାର ସମ୍ପତ୍ତିକୁ ମୁକ୍ତ କରିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ କିନ୍ତୁ ଇରାନ ନିଜ ଜବାବରେ ଉପସାଗରୀୟ ଅଞ୍ଚଳରେ ସମ୍ପୂର୍ଣ୍ଣ ସୁରକ୍ଷା ଗ୍ୟାରେଣ୍ଟି ଦାବି କରିଛି ।

କାହିଁକି ନା ହର୍ମୁଜରେ ଅବରୋଧ ଯୋଗୁଁ କେବଳ ଇରାନର ତୈଳ ଉତ୍ପାଦନ କ୍ଷମତା ଉପରେ ପ୍ରଭାବ ପଡିଛି ତାହା ନୁହେଁ ବରଂ ବିଶ୍ୱ ଅର୍ଥନୀତି ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ତେବେ ଇରାନ ପଠାଇଥିବା ଜବାବକୁ ଆମେରିକା ରାଷ୍ଟ୍ରପତି ନାପସନ୍ଦ କରିବା ସହିତ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଯାହାପରେ ଦୁଇ ଦେଶ ମଧ୍ୟରେ ପୁଣିଥରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ : https://hiranchallive.in/state/12334-666/

hiranchal ad1
Leave A Reply

Your email address will not be published.

5 × one =