Donald Trump Startegy: ଟ୍ରମ୍ପଙ୍କ ବ୍ଲୁ-ପ୍ରିଣ୍ଟ ଧ୍ୱଂସ ହୋଇଯିବ ଇରାନ !

0 67

ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଗୋଟିଏ ପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ହେତୁ ବିଶ୍ୱରେ ସଙ୍କଟ ଲାଗିରହିଛି ଆଉ ଅନ୍ୟପଟେ ପୁଣିଥରେ ଇରାନ ଉପରେ ଆକ୍ରମଣ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତୁତ କରୁଛନ୍ତି ନୂଆ ରଣନୀତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଫେରିବା ପରେ ଏପରି କିଛି ଘୋଷଣା କରିଛନ୍ତି ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି ।

ପରଦା ପଛରେ ରହି ପେଣ୍ଟାଗନ ସମସ୍ତ ଆକସ୍ମିକ ପରିସ୍ଥିତି ପାଇଁ ପ୍ରସ୍ତୁତ ହେଉଛି, କୌଣସି ମୁହୁର୍ତ୍ତରେ ଆମେରିକା ଇରାନ ଉପରେ ବଡ ଧରଣର ଆକ୍ରମଣ କରିପାରେ ବୋଲି ଅନୁମାନ କରାଯାଉଛି । ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣା ଦ୍ୱାରା ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ । ନିକଟରେ ଇରାନର ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଟ୍ରମ୍ପ କହିଛନ୍ତି, ମୁଁ ସେହି ପ୍ରସ୍ତାବକୁ ଦେଖିଥିଲି ଏବଂ ଏହାର ପ୍ରଥମ ଧାଡି ମୋତେ ପସନ୍ଦ ଆସିନଥିଲା, ତେଣୁ ମୁଁ ଏହାକୁ ଉଠାଇ ଫୋପାଡ଼ି ଦେଇଥିଲି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଟ୍ରମ୍ପଙ୍କ ଆଲୋଚନା ପରେ ଏହି ଉତ୍ତେଜନା ଦେଖାଦେଇଛି । ଏକ ରିପୋର୍ଟ ଅନୁଯାୟୀ, ଯଦି କୂଟନୈତିକ ପଥ ବନ୍ଦ ହୋଇଯାଏ, ତେବେ ଟ୍ରମ୍ପ ସାମରିକ ଶକ୍ତି ପ୍ରୟୋଗ କରି ଇରାନ ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିପାରନ୍ତି । ପେଣ୍ଟାଗନର ଶୀର୍ଷ ଅଧିକାରୀ ଏବଂ ସାମରିକ ଯୋଜନାକାରୀମାନେ ଏଥିପାଇଁ ସକ୍ରିୟ ଭାବରେ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ।

hiring

ବିଶ୍ୱର ଅନେକ ଦେଶ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଏକ ସମାଧାନର ବାଟ ଖୋଜିବା ପାଇଁ ଚେଷ୍ଟା କରୁଥିବା ବେଳେ, ପରଦା ପଛରେ, ପେଣ୍ଟାଗନ୍ ଗତ ମାସର ଅସ୍ତ୍ରବିରତି ପରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି । କୁହାଯାଉଛି ଟ୍ରମ୍ପ ଅପରେସନ୍‌ ଏପିକ୍‌ ଫ୍ୟୁରି ୨.୦ ପାଇଁ ପ୍ରସ୍ତୁତି ହେଉଛନ୍ତି । ସାମରିକ ରଣନୀତିଜ୍ଞମାନେ ଗତ ମାସରେ ବନ୍ଦ ହୋଇଥିବା ଅପରେସନ୍ ଏପିକ୍ ଫ୍ୟୁରିକୁ ଏକ ନୂତନ କାର୍ଯ୍ୟକାରୀ ନାମ ସହିତ ପୁଣିଥରେ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ତେବେ ଚୀନରୁ ଫେରିବା ପରେ ହଠାତ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ବଦଳିବା ପରେ ପୁଣିଥରେ ମଧ୍ୟପ୍ରାଚ୍ୟରେ ସ୍ଥିତି ବିଗିଡିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ଚୀନ ଗସ୍ତରେ ଥିବା ସମୟରେ ରାଷ୍ଟ୍ରପତି ଜୀନପିଙ୍ଗଙ୍କ ସହ ଟ୍ରମ୍ପ ଯୁଦ୍ଧ ସମ୍ୱନ୍ଧରେ ଆଲୋଚନା କରିଥିବା କଥା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × two =