ଆଇସିୟୁକୁ ଗଲେ ବୋରିସ୍ ଜନସନ୍‌

0 629

ଲଣ୍ଡନ: କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କଠାରେପୁଣି ଥରେ କରୋନା ଭାଇରସ୍ ଲକ୍ଷଣ ଦେଖାଯିବା ପରେ ଗତକାଲିଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହାର ସୂଚନା ଦେଇ ଡାଉନିିଙ୍ଗଷ୍ଟ୍ରିଟ୍‌ର ମୁଖପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଠାରେ କରୋନା ଭାଇରସ ପଜିଟିଭ୍ ଚିହ୍ନଟ ହେବାର ୧୦ଦିନ ପରେ ପୁଣି ଥରେ କରୋନା ଲକ୍ଷଣ ଦେଖିବାକୁ ମିଳିବା ପରେ ସତର୍କତାମୂଳକ ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ଡାଉନିଙ୍ଗ ଷ୍ଟ୍ରିଟ୍‌ର ମୁଖପାତ୍ର କହିଛନ୍ତି, ଜୋନସନଙ୍କଠାରେ ତୀବ୍ର ଜ୍ୱର ଥିଲା ଏବଂ ଚିକିତ୍ସକଙ୍କ କହିବାନୁଯାୟୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେ  ପର୍ଯ୍ୟନ୍ତ ଜନସଙ୍କ ବାକି ସମସ୍ତ ରିପୋର୍ଟ ନ ଆସିଛି ସେ ଯାଏସେ ବାକି ଲିଡର୍ସଙ୍କ ଯୋଗାଯୋଗରେ ରହିବେ । ଜନସନଙ୍କଅନୁପସ୍ଥିତିରେ ବିଦେଶ ସଚିବ  ଡୋମିନିକ ରାବ କରୋନାଭାଇରସ ବୈଠକର ଅଧ୍ୟକ୍ଷତା କରି ପାରନ୍ତି । ସୂଚନାଯୋଗ୍ୟ, ଜନସନଙ୍କ କରୋନା ପଜିଟିଭ୍ ରିପୋର୍ଟ ମାର୍ଚ୍ଚ ୨୭ରେ ଆସିଥିଲା ।ତେବେଠୁ ସେ ଘରୁ ହିଁ କାମ କରୁଥିଲେ ।

hiranchal ad1
Leave A Reply

Your email address will not be published.

13 − 4 =