ଚନ୍ଦ୍ର କକ୍ଷପଥରେ “ଚନ୍ଦ୍ରଯାନ-୨’

0 595

ଶ୍ରୀହରିକୋଟା : ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୨ ଆଉ ପାଦେ ଆଗକୁ ବଢ଼ିଛି । ଆଜି ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ସଫଳତାର ସହ କକ୍ଷପଥରେ ପ୍ରବେଶ କରିବା ମଧ୍ୟ ଆଉ ଏକ ସଫଳତା ବୋଲି ଇସ୍ରୋର ମୁଖ୍ୟ କେ ଶିବନ ଗଣମାଧ୍ୟମକୁ କହିଛନ୍ତି । ଆଜି ସେ ଏହି ସୂଚନା ଦେଇ କହିଛନ୍ତି ଯେ, ୩୦ ଦିନର ଯାତ୍ରା ପରେ ଚନ୍ଦ୍ରଯାନ ଆଜି ବିନା କୌଣସି ତୃଟିରେ କକ୍ଷପଥରେ ପ୍ରବେଶ କରିଛି । ଏହା ଏବେ ଆକଳିତ ବେଗରେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି । ଆଜି ସକାଳ ୯ଟାରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଏହି ପ୍ରକ୍ରିୟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ବର୍ତ୍ତମାନ ଏହି ଯାନ ୮୮ ଡିଗ୍ରୀକୁ ଢଳି ଚନ୍ଦ୍ରମାର ଚାରିପଟେ ପରିକ୍ରମଣ କରୁଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଏହାକୁ ପହଞ୍ଚାଇବା ଲାଗି ଆମେ ନିର୍ଭୁଲ୍ ଭାବରେ କାମ କରିଥିଲୁ । ତାହା ନିଶ୍ଚୟ ସଫଳ ହେବ ବୋଲି ଆଶା କରୁଛୁ । ଅଗଷ୍ଟ ୨୮, ୩୦ ଏବଂ ସେପ୍ଟେମ୍ବର ୧ ତାରିଖରେ ଚନ୍ଦ୍ରଯାନ-୨କୁ ୧୮ ହଜାର କିମି ଉଚ୍ଚତାରୁ ୧୦୦/୧୦୦ କିମି ଉଚ୍ଚ ପର୍ଯ୍ୟନ୍ତ ଅଣାଯିବ । ସେପ୍ଟେମ୍ବର ୨ ତାରିଖରେ ଏହା ର‌୍ୟାଣ୍ଡର ଅର୍ବିଟରରୁ ପୃଥକ ହେବ । ଏହାପରେ ଲ୍ୟାଣ୍ଡର ଉପରେ ସମସ୍ ଧ୍ୟାନ କେନ୍ଦ୍ରୀତ ହେବେ । ୩ ତାରିଖରେ ଲ୍ୟାଣ୍ଡରର ସଂପୂର୍ଣ୍ଣ ଯାଞ୍ଚ୍ ହେବ । ଯାଞ୍ଚ୍ ପ୍ରକ୍ରିୟାରେ ସବୁକିଛି ଠିକ୍ଠାକ୍ ଅଛି ବୋଲି ଜଣାପଡ଼ିବା ପରେ ଉପଯୁକ୍ତ ସମୟରେ ଏହାକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ । ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ପାୱର ମିଶନ୍ ଆରମ୍ଭ ହେବ । ୧୫ ମିନିଟ୍ ପରେ ୨୭ ଡିଗ୍ରୀ ଦକ୍ଷିଣକୁ ୨୨ ଡିଗ୍ରୀ ପୂର୍ବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ଅବତରଣ କରିବ । ତିନି ଘଣ୍ଟା ୧୦ ମିନିଟ୍ ପରେ ସୋଲାର ପ୍ୟାନେଲ୍ ରୋଭର କାର୍ଯ୍ୟ କରିବା ଆରମ୍ଭ କରିବ । ତିନି ଘଣ୍ଟା ପରେ ରୋମର ପ୍ରଜ୍ଞାନ ଲ୍ୟାଣ୍ଡରରୁ ବାହାରି ଆସିବ । ଏହି ୪ ଘଣ୍ଟାର ପ୍ରକ୍ରିୟା ପରେ ରୋଭର ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ସେ କହିଛନ୍ତି । ଅବତରଣ ସମୟର ଦୃଶ୍ୟକୁ ଦେଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

ten + fifteen =