ପୁଣି ନିବେଦନ କଲେ କେଜ୍ରିୱାଲା : ଘରେ ରୁହନ୍ତୁ,ଗୀତା ପଢ଼ନ୍ତୁ

0 605

ନୂଆଦିଲ୍ଲୀ : କରୋନା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ରେ ବନ୍ଦୀ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପୁଣିଥରେ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ, ଆପଣ ଯେଉଁଠାରେ ଅଛନ୍ତି ସେହିଠାରେ ରୁହନ୍ତୁ । ଯଦି ବାହାରକୁ ବାହାରି ବୁଲାବୁଲି କରିବେ, ବିନା କାର୍ଯ୍ୟରେ ପଦାରେ ବୁଲିବେ ତା’ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଲକ ଡାଉନ୍ ଉଦ୍ଦେଶ୍ୟ ବିଫଳ ହେବ । କେଜ୍ରିୱାଲ କହିଛନ୍ତି ଯେ, ଏହି ଲକ୍‌ଡାଉନ୍ ଆହୁରି ୧୬ ଦିନ ବାକି ରହିଛି । ଆପଣମାନେ ଘରେ ରହି ଗୀତାର ଅଷ୍ଟାଦଶ ଅଧ୍ୟାୟ ପାଠ କରନ୍ତୁ । ମୋର ପରିବାର ମଧ୍ୟ ଏହି କାମ କରୁଛି, ମାତ୍ର ଅଧ ଘଣ୍ଟା ସମୟ ଲାଗିବ । ସେ ପୁଣି କହିଛନ୍ତି ଯେ, ମୁଁ ଆପଣଙ୍କ ପୁଅ ଓ ଭାଇ ଭାବରେ ଅପିଲ୍ କରୁଛି । ଆମେ ଆପଣଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରିଛୁ । ଆବଶ୍ୟକ ପଡ଼ିଲେ ଷ୍ଟାଡ଼ିୟମକୁ ଖାଲି କରିଦିଆଯିବ । କିନ୍ତୁ ଆପଣଙ୍କୁ ଅସୁବିଧାରେ ରହିବାକୁ ଦେବୁ ନାହିଁ । ଯଦି କୌଣସି ଘର ମାଲିକ ଭଡ଼ା ପାଇଁ ହଇରାଣ କରୁଥାଏ, ତା\’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଦୃଢ଼ତାର ସହିତ କହିଛନ୍ତି । ବିଶ୍ୱରେ କରୋନାକୁ ନେଇ ଭଲ ଖବର ଆସୁନାହିଁ । ବିଶ୍ୱର ବଡ଼ ବଡ଼ ଉନ୍ନତ ଦେଶଗୁଡ଼ିକରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହି ଦେଶଗୁଡ଼ିକରେ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଲକ୍ଷାଧିକରେ ପହଞ୍ଚିଲାଣି । ତେଣୁ ଆମ ପାଇଁ ସବୁଠାରୁ ଭଲ ଖବର ଯେ ସମସ୍ତେ ଘରେ ରହି ଗୀତା ପାଠ କରନ୍ତୁ ।

hiranchal ad1
Leave A Reply

Your email address will not be published.

11 + nine =