ଲୋକସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ

0 38

ନୂଆଦିଲ୍ଲୀ,୩୧/୩ : ଶ୍ରୀମନ୍ଦିରରେ କେତେକ ନିର୍ମାଣ କାର୍ଯ୍ୟକୁ ନେଇ ଓଡ଼ିଶା ବିଧାନସଭାରେ ସରଗରମ ଚର୍ଚ୍ଚା ହୋଇଥିବାବେଳେ ସଂସଦରେ ମଧ୍ୟ ଏହାର ତାତି ଅନୁଭୂତ ହୋଇଛି । ସଂସଦରେ ଏହି ପ୍ରସଙ୍ଗ ଉଠିଛି । ଆଜି ଲୋକସଭାରେ ଉଠିଛି ଏହି ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଛନ୍ତି ଏହି ପ୍ରସଙ୍ଗ । ଏନଏମଏର ବିନା ଅନୁମତିରେ କାମ ଚାଲିଛି ବୋଲି ସାସଂଦ କହିଛନ୍ତି । ଏହାର ଜବାବ ରଖି ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ଅପରାଜିତ ମାଡାମ୍‌ ଓଡିଶାରେ ଆଇଏଏସ୍‌ ଅଫିସର ଭାବେ କାମ କରିଛନ୍ତି । ଓଡିଶାରେ ନବୀନ ସରକାରଙ୍କର କୌଣସି ବି କାମ ବିନା ନିୟମରେ ହୁଏ ନାହିଁ ବୋଲି ସେ ଜାଣିଛନ୍ତି । ତେଣୁ ସେ ପୁରା ଭୁଲ୍‌ କହୁଛନ୍ତି । ଯାହାବି କାମ ହେଉଛି, ତାହା ଘଗଇର ଅନୁମତି ଅନୁସାରେ ହେଉଛି । ସେଇଟା ଏଏସ୍‌ଆଇରେ ମଧ୍ୟ ସାମିଲ ଅଛି । ସେଠାରେ କୌଣସି ଖନନ କାର୍ଯ୍ୟ ହେଉନାହିଁ । ବରଂ ୪ଟି ଶୌଚାଳୟ ନିର୍ମାଣ ଚାଲିଛି । ସେଥିରେ ୨ଟି ପୁରୁଷ ଏବଂ ୨ଟି ମହିଳାଙ୍କ ଲାଗି ଉଦ୍ଦିଷ୍ଟ ।

hiranchal ad1
Leave A Reply

Your email address will not be published.

three × 5 =