ଆଜିର ଦିନରେ ପ୍ରଥମ ଶତକ କରିଥିଲେ ଧୋନି

0 625

ନୂଆଦିଲ୍ଲୀ: ୨୦୦୫ ମସିହା ଅପ୍ରେଲ୍ ୫ ତାରିଖ କଥା । ଆଜିର ଦିନରେ ବିଶାଖାପାଟଣାର ୱାଇଏସ୍ ରାଜଶେଖର ରେଡ୍ଡୀ କ୍ରିକେଟ୍ ଷ୍ଟାଡ଼ିୟମରେ ଚାଲିଥାଏ ଭାରତ-ପାକିସ୍ତାନ ଛଅଟିକିଆ ଦିନିକିଆ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍ । ସବୁରି ମହଲରେ ଉତ୍ସବା ଓ ଉଦ୍ଦୀପନା ଧୋନିଙ୍କ ବ୍ୟାଟରୁ କିପରି ଶତକ ଦେଖିବେ । ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିଣି ବ୍ୟାଟିଂ କରିଥିବା ଏବଂ ଚତୁର୍ଥ ଓଭରରେ ଭାରତ ସଚିନ୍ ତେନ୍ଦୁଲକରଙ୍କ ୱିକେଟ୍ ହରାଇଥିଲା । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଧୋନି । ଧୋନି-ସେହ୍ୱାଗ ଯୋନି ପାକିସ୍ତାନ ବୋଲରଙ୍କୁ ଧୂଲେଇ କରି ୯୬ ରନ୍ ପାର୍ଟନରସିପ୍‌ରେ କରିଥିଲେ । ସେହ୍ୱାଗ ଏହି ୯୬ ରନ୍ ବେଳକୁ ୫୦ ରନ୍ କରିସାରିଥିଲେ । ୧୪ତମ ଓଭରରେ ସେହ୍ୱାଗ ୭୪ ରନ୍ କରି ଆଉଟ୍ ହେବା ପରେ ପଡ଼ିଆକୁ ଓହ୍ଲାଇଥିଲେ ମିଷ୍ଟର କୁଲ୍ ରାହୁଲ୍ ଦ୍ରାବିଡ଼ । ଧୋନି ଓ ଦ୍ରାବିଡ଼ ଯୋଡ଼ି ୧୪୯ ରନ୍ କରିଥିଲେ । ଧୋନି ସେତେବେଳକୁ ୧୫ଟି ଚୌକା ଓ ୪ଟି ଆକର୍ଷଣୀୟ ଛକ୍କା ବଳରେ ୧୨୩ ବଲରୁ ୧୪୮ ରନ୍ କରି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମୁହଁରେ ହସ ଫୁଟାଇଥିଲେ । ଉକ୍ତ ମ୍ୟାଚ୍‌ରେ ଭାରତ ପ୍ରଥମେ ଖେଳି ୯ ୱିକେଟ୍ ବିନିମୟରେ ୩୫୬ ରନ୍ କରିଥିଲା । ପାକିସ୍ତାନ ୩୫୭ ରନ୍‌କୁ ପିଛା କରି ୨୯୮ ରନ୍‌ରେ ସମସ୍ତ ୱିକେଟ୍ ହରାଇ ପରାଜୟ ବରଣ କରିଥିଲା । ଏହି ମ୍ୟାଚ୍‌ରେ ଆଶିଷ ନେହେରା ବୋଲିଂରେ ୪ଟି ୱିକେଟ୍ ନେଇ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × 1 =