ଆଜିର ଦିନରେ ୨୫ ବର୍ଷ ତଳେ ସଚିନଙ୍କ ରେକର୍ଡ଼

0 573

ନୂଆଦିଲ୍ଲୀ : ଉଭୟ ଦିନିକିଆ ଓ ଟେଷ୍ଟରେ ନିଜ ନାମରେ ସର୍ବାଗ୍ରେ ରେକର୍ଡ଼ ସ୍ଥାପନ କରିଥିବା ଭାରତୀୟ ପୂର୍ବତନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଆଜିର ଦିନରେ ଯେଉଁ ରେକର୍ଡ଼ କରିଥିଲେ ତାହା ଜାଣିଲେ ଆଶ୍ୱର୍ଯ୍ୟାନ୍ୱିତ ହେବେ । ଆଜକୁ ୨୫ ବର୍ଷ ତଳେ ସଚିନ୍ ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବା ସମୟରେ ସାରଜାଠାରେ ୩୦୦୦ ରନ୍ କରି ସବୁଠାରୁ ସର୍ବକନିଷ୍ଠ ଖେଳାଳି ଭାବେ ରେକର୍ଡ଼ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୦୨/୯ରେ ସୀମିତ ରହିଥିଲେ । ସେହି ଖେଳରେ ଶ୍ରୀଲଙ୍କାର କୌଣସି ଖେଳାଳି ୫୦ କରିପାରିନଥିଲେ । କେବଳ ହାସନ୍ ତିଳକରତ୍ନେ ୪୮ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଉକ୍ତ ମ୍ୟାଚରେ ଭେଙ୍କଟେସ ପ୍ରସାଦ ତିନୋଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଜାଭାଗଲ୍ ଶ୍ରୀନାଥ ଦୁଇଟି ଓ ମନୋଜ ପ୍ରଭାକର ଓ ଅନୀଲ୍ କୁମ୍ବଲେ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୨୦୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଓପନିଂ ଯୋଡ଼ି ସଚିନ୍ ଓ ପ୍ରଭାକର ୧୬୧ ରନ୍ କରି ରେକର୍ଡ଼ କରିଥିଲେ । ଉକ୍ତ ଦିନ ସଚିନ୍ ୧୧୨ ରନ୍ କରି ୩୦୦୦ ରନ୍ ଅତିକ୍ରମ କରିଥିବା ବେଳେ ସେହି ୧୧୨ ରନରେ ସଚିନ୍‌ଙ୍କର ୧୫ଟି ଚୌକା ଓ ଗୋଟିଏ ଛକା ଅନ୍ତର୍ଭୁକ୍ତ ।

hiranchal ad1
Leave A Reply

Your email address will not be published.

eighteen + 17 =