ସାମାନ୍ୟ ବର୍ଷା ଯୋଗୁଁ ଚାଷୀମନରେ ଆଶାର ସଂଚାର : ହୀରାକୁଦ ଜଳଭଣ୍ଡାର ର ସ୍ଥିତିରେ ଉନ୍ନତି

0 660

ସମ୍ୱଲପୁର : ଏବର୍ଷ ଅନାବୃଷ୍ଟି ଆଶଙ୍କା ରେ ଆତଙ୍କିତ ଚାଷୀକୁଳ ର ମନରେ ଆଜି ସକାଳୁ କିଛି ଆଶାର ସ°ଚାର ହୋଇଛି । ଆଷାଢ଼ ଯାଇ ଶ୍ରାବଣ ଆସିଥିଲେ ମଧ୍ୟ ଏଥର ଚାଷକାର୍ଯ୍ଯ ଅନୁରୂପେ ବର୍ଷା ହୋଇ ନ ଥିବାରୁ ଚାଷୀମାନେ ପ୍ରାୟତଃ ନିରାଶ ହୋଇ ଯାଇଥିଲେ । କିନ୍ତୁ ଗତସନ୍ଧ୍ଯାରୁ ଘନଘୋର ବର୍ଷା ନ ହେଲେ ମଧ୍ୟ କିଛି ସାମାନ୍ୟ ବର୍ଷା ଓ ଝିପିଝିପି ବର୍ଷା ଲାଗି ରହି ଥିବାରୁ ଚାଷୀମନରେ କେତେକାଂଶରେ ଆଶାର ସ°ଚାର ହୋଇଛି । ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ଆଠଟା ପର୍ଯ୍ୟନ୍ତ ବିଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ପ୍ରାୟ ୨୧ମିମି ବର୍ଷା ହୋଇ ଯାଇଛି ।
ଅଣସେଚିତ ଅଞ୍ଚଳରେ ସମସ୍ତ ଚାଷକାର୍ଯ୍ଯ ସମ୍ପୂର୍ଣ୍ଣ ରୂପେ ବର୍ଷା ଉପରେ ନିର୍ଭର କରିଥାଏ କିନ୍ତୁ ଏଥର ଅନାବୃଷ୍ଟି ର ପ୍ରଭାବ କେନାଲ ଜରିଆରେ ସେଚନ ର ସୁବିଧାଥିବା ଚାଷଜମି ରେ ମଧ୍ୟ ପଡିଛି । ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ହୋଇ ନ ଥିବାରୁ ସେ ଅଞ୍ଚଳରୁ ଆସୁଥିବା ଜଳର ପରିମାଣ ଶୂନ୍ୟ ହୋଇ ଯାଇଥିଲା ଓ ଏହି ବିଶାଳ ନଦୀବନ୍ଧ ପରିଚାଳନା ରେ ନ୍ଯସ୍ତ ଅଧିକାରୀମାନେ ମଧ୍ୟ ଚିନ୍ତା ରେ ପଡି ଯାଇଥିଲେ । ଜଳଭଣ୍ଡାର ରେ ଜଳସ୍ତର ବହୁତ ହ୍ରାସ ପାଇଥିବା ଯୋଗୁଁ ଏଠାରୁ ଜଳବିଦ୍ଯୁତ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ତ ବନ୍ଦ ରହିଛି, ହେଲେ ଆଉ ଦିନେ ଦୁଇ ଦିନ ଭିତରେ ବର୍ଷା ହୋଇ ନ ଥିଲେ ଆପାତ କାଳୀନ ସ୍ତରେ ସେଚନ ପାଇଁ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇ ଯାଇଥାନ୍ତା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ବିଶ୍ବ ପ୍ରସିଦ୍ଧ ଜଳଭଣ୍ଡାର ର ଜଳସ୍ତର ବିଗତ ପ୍ରାଯ ଦଶ ଦିନକାଳ ୫୯୮.୫୦ ଫୁଟରୁ ତଳେ ରହିଲା ପରେ ଗତକାଲି ଠାରୁ ଏଥିରେ ଉନ୍ନତି ଆସିଛି । ଆଜି ସକାଳୁ ଏହାର ଜଳସ୍ତର ୫୯୮.୮୧ ଫୁଟ ରହିଛି ଓ ଏହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାର କୁ ୧୮ ହଜାର ୫୩୦ କ୍ଯୁସେକ ଜଳ ପ୍ରବେଶ କରୁଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

fourteen − 8 =