କେହି କାହା କାର୍ଯ୍ୟ କ୍ଷେତ୍ରରେ ହସ୍ତକ୍ଷେପ ନକରନ୍ତୁ : ପ୍ରଧାନ ବିଚାରପତି

0 39

ନୂଆଦିଲ୍ଲୀ: ଦାୟିତ୍ୱ ନିର୍ବାହ ସମୟରେ ଜଣେ ତାର ‘ଲକ୍ଷ୍ମଣରେଖା’ ବିଷୟରେ ଭଲଭାବେ ଅବଗତ ହେବା ଉଚିତ । ଗଣତନ୍ତ୍ରକୁ ମଜଭୁତ ଏବଂ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି କାମ କରିବାର ତରିକା ସମ୍ବିଧାନରେ ବୁଝାଇ ଦିଆଯାଇଛି । ତେଣୁ ଯେତେବେଳେ ଜଣେ ଦାୟିତ୍ୱ ନିର୍ବାହ କରୁଛି,ସେ ତାଙ୍କର ଳକ୍ଷ୍ମଣରେଖା ଭୁଲିଯିବା ଉଚିତ ନୁହଁ । ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । ଉଭୟ ମୁଖ୍ୟମନ୍ତ୍ରୀ ଏବଂ ହାଇକକୋର୍ଟର ମୁଖ୍ୟ ବିଚାରପତିଙ୍କ ଯୁଗ୍ମସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି । ଜନସ୍ୱାର୍ଥ୍ୟ ମାମଲାରେ ଅପବ୍ୟବହାର ହେଉଥିବା ଆଲୋକପାତ କରି ଚିନ୍ତାପ୍ରକଟ କରିଥିଲେ ପ୍ରଧାନ ବିଚାରପତି । କିଛି ଲୋକେ ପିଆଇଏଲକୁ ପର୍ସନାଲ ଇଣ୍ଟେରେଷ୍ଟ ତଥା ବ୍ୟକ୍ତିଗତ ସ୍ୱାର୍ଥ୍ୟରେ ବ୍ୟବହାର କରୁଥିବା ସେ କହିଛନ୍ତି । ସମସ୍ତଙ୍କୁ ଅଲଗା ଅଲଗା କ୍ଷମତା ଦିଆଯାଇଛି । ହେଲେ କର୍ତ୍ତବ୍ୟ ସମ୍ପାଦନ କରିବା ବେଳେ ତିନିଟି ସ୍ତମ୍ବ ନିଜ ଲକ୍ଷ୍ମଣରେଖା ପ୍ରତି ସତର୍କ ରହିବା ଉଚିତ । ଅର୍ଥାତ କେହି କାହା କାର୍ଯ୍ୟ କ୍ଷେତ୍ରରେ ହସ୍ତକ୍ଷେପ ନକରିବା ଉଚିତ । ତିନି ଅଙ୍ଗ ମଧ୍ୟରେ ସମନ୍ୱୟ ରହୁ,ହେଲେ କେହି କାହାକୁ ଟପିଯାଇ ଅନାବଶ୍ୟକ ଭାବରେ ହସ୍ତକ୍ଷେପ ନକରନ୍ତୁ । ଯଦି ଏପରି ହୁଏ ତେବେ ଗଣତନ୍ତ୍ର ଦୁର୍ବଳ ହେବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

10 + twelve =