ନରଭଣେ ହୋଇପାରନ୍ତି ଦେଶର ନୂଆ ସିଡିଏସ

0 84

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସଙ୍କର ମୃତ୍ୟୁକୁ ଆଜିକୁ ଚାରିମାସ ବିତିଗଲାଣି;କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ନୂଆ ସିଡିଏସ ନିଯୁକ୍ତି ହୋଇନାହିଁ । ପରବର୍ତ୍ତୀ ସିଡିଏସ କିଏ ହେବେ,ତାହାକୁ ନେଇ ଗତ ଜାନୁଆରୀ ମାସରେ ଖୁବ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ତାହା ଥମିଯାଇଥିଲା । ଆଜି ନୂଆ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ତାହାକୁ ନେଇ ପୁଣି କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଆଜି ଜେନେରାଲ ମନୋଜ ମୁକୁନ୍ଦ ନରଭଣେ ସେନାଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ନୂଆ ସେନାଧ୍ୟକ୍ଷଭାବେ ପଦଭାର ଗ୍ରହଣ କରିଛନ୍ତି ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ନରଭଣଙ୍କ ଅବସର ସହ ଦେଶରେ ପୁଣି ନୂଆ ସିଡିଏସ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନରଭଣେ ହିଁ ଦେଶର ନୂଆ ସିଡିଏସ ଦୌଡରେ ସବୁଠାରୁ ଆଗରେ ରହିଛି । କାରଣ ସେ ଏବେ ତିନିବାହିନୀର କମାଣ୍ଡରଙ୍କ ମଧ୍ୟରେ ସବୁଠାରୁ ସିନିୟର ଅଛନ୍ତି । ଏକ ଗଣଢ଼ାଧ୍ୟମ ରିପୋର୍ଟ ଅନୁଯାୟୀ, ସାଧାରଣତଃ ଜଣେ ସେନାଧ୍ୟକ୍ଷ ଅବସର ଗ୍ରହଣ କରିବା ପୂର୍ବରୁ ସେ ସେନାର ବିଭିନ୍ନ ସ୍ଥାନରେ ଥିବା ଫର୍ମେସନଗୁଡ଼ିକ ବୁଲି ଦେଖିଥାନ୍ତି । କିନ୍ତୁ ଅବସର ପୂର୍ବରୁ ନାରାୱଣେ ସେପରି କିଛି କରିନାହାନ୍ତି । ଏଣୁ ତାଙ୍କୁ ସରକାର ଏକ ବଡ଼ ଦାୟିତ୍ୱ ଦେବାର ସମ୍ଭାବନା ରହିଛି । ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ସିଡିଏସ ବିପିନ ରାୱତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣା ପରେ ସିଡିଏସ ପଦଟି ହଠାତ ଖାଲି ହୋଇଯାଇଥିଲା ।

hiranchal ad1
Leave A Reply

Your email address will not be published.

twelve − 3 =