ବିଜେଡି ମହିଳାମାନଙ୍କୁ ହକ୍‌ ଦେଇଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 556

ଭୁବନେଶ୍ୱର: ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍‌ ଦେଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ କେନ୍ଦ୍ର ଯୋଜନା ଠାରୁ ଦୁଇଗୁଣ ଟଙ୍କା ପାଉଥିବା କଥା ଶୁକ୍ରବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅଭିଯାନରେ ନୟଗଡ଼ର ରଣପୁର ଠାରେ ଆୟୋଜିତ ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

hiring

ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ସମବେତ ଜନତାଙ୍କ ଆଗରେ କାଳିଆ ଯୋଜନାର ସଫଳତା କଥା କହିଥିଲେ । ସେ କହିଲେ କି, କାଳିଆ ଯୋଜନାରେ ଏଯାବତ୍‌ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନ ହିଁ ୨ଟି କିସ୍ତିରେ କାଳିଆ ଯୋଜନା ବାବଦ ଅର୍ଥ ମିଳିବ ।

hiranchal ad1
Leave A Reply

Your email address will not be published.

11 − 9 =