୧୦ ଫୁଟ୍ ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ

0 662

hiring

ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ୍ ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ରୋଗୀ, ଡ୍ରାଇଭର ଓ କର୍ମଚାରୀ । ସୂଚନା ପ୍ରକାରେ ଆଜି ସକାଳୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରୁ ଜଣେ ରୋଗୀକୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ରୋଗୀ ନେଇ ଯାଉଥିବା ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ଯାଉଥିବା ସମୟରେ କ.ନୂଆଗାଁ ଥାନା ଡାମେରିକିଆ ନିକଟରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । କିଛିସମୟ ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀକୁ ଫୁଲବାଣୀ ପଠାଯାଇଛି ।

hiranchal ad1
Leave A Reply

Your email address will not be published.

5 × three =