Monthly Archives

July 2022

ପୋଖରୀରେ ବୁଡି ଚାଲିଗଲା ୫ ଶିଶୁଙ୍କ ଜୀବନ

ଜୟପୁର: ପୋଖରୀରେ ବୁଡି ଚାଲିଗଲା ୫ ଶିଶୁଙ୍କ ଜୀବନ । ରାଜସ୍ଥାନର ଶ୍ରୀଗଙ୍ଗାନଗର ଅନୁପ୍ରଗଡରେ ଘଟିଛ ଏହି ଦୁଃଖଦ ଘଟଣା । ଏହି ଶିଶୁମାନେ ବର୍ଷା ପାଣି ଜମା ହେଉଥିବା ଏହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ସେମାନେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ…
Read More...

ଆଇଏସଆଇଏସ ଲିଙ୍କ ସନ୍ଦେହ :
୬ ରାଜ୍ୟରେ ଏନଆଇଏର ବ୍ୟାପକ ଚଢଉ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଭାରତରେ ତା’ର କାୟା ବିସ୍ତାର କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଏହା ବିଭିନ୍ନ ଗୋଷ୍ଠୀ ଓ ଯୁବବର୍ଗଙ୍କୁ ଟାର୍ଗେଟ କରୁଛି । ସେମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି । ଏ ସଂପର୍କରେ ସୂଚନା ପାଇବା ପରେ,ଜାତୀୟ ଅନୁସନ୍ଧାନ…
Read More...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକୁଛି ଭାରତ :
ଦେଶକୁ ୨ୟ ସ୍ୱର୍ଣ୍ଣ ଦେଲେ ଜେରେମି

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରତର ପ୍ରଦର୍ଶନ ଧୀରେ ଧୀରେ ବଳିଷ୍ଠ ଓ ପ୍ରଭାବଶାଳୀ ହେବାରେ ଲାଗିଛି । ଭାରତୀୟ ପ୍ରତିଯୋଗୀମାନେ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ବିଶେଷକରି,ଭାରୋତ୍ତୋଳନରେ ଭାରତର ପ୍ରଦର୍ଶନ ଖୁବ ଚମକ୍ରାର ହୋଇଛି । ଗତକାଲି ମୀରାବାଇ ଚାନୁ…
Read More...

ଜିଲ୍ଲା ପ୍ରେସ କ୍ଲବ ଓ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ରବିବାର ବୃଦ୍ଧାଶ୍ରମ ରାସ୍ତାରେ ବିଭିନ୍ନ କିସମର ଯଥା ନିମ୍ବ ଗଛ, ଜାମୁ କୋଳି ଗଛ, ପଣସ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ,…
Read More...

ରାଜ୍ୟଗୋଷ୍ଠୀ କ୍ରିକେଟ : ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଅନୁଷ୍ଠିତ ଏକ କ୍ରିକେଟ ମ୍ୟାଚରେ ଭାରତୀୟ ମହିଳା ଦଳ ବିଜୟୀ ହୋଇଛନ୍ତି । ସ୍ମୃତି ମନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହିଳା ଦଳ ୯୯ ରନ କରିଥିଲା । ପରେ…
Read More...

ଆନ୍ଦୋଳନ ସ୍ଥଗିତ, ହଷ୍ଟେଲକୁ ଫେରିବେ ଛାତ୍ରୀ

ବଲାଙ୍ଗୀର : ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଚାଲିଥିବା ସରକାରୀ ମହିଳା ମହାବିଦ୍ୟାଳୟ ହଷ୍ଟେଲ କର୍ମଚାରୀଙ୍କ ଧାରଣା ସ୍ଥଗିତ ସୂଚନା ଦେଇଛନ୍ତି ଶ୍ରମିକ ନେତା ବିଭୁଦତ୍ତ ମିଶ୍ର । ଏ ସଂପର୍କୀତ ଏକ ପ୍ରେସ୍‌ ବାର୍ତ୍ତା ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିଅନ୍‌ ଅଫ୍‌ ବଲାଙ୍ଗୀର ତରଫରୁ ଜାରି…
Read More...

ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ: ସଞ୍ଜୟ ରାଉତ

ମୁମ୍ବାଇ: ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ ବୋଲି ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌ ବାସଭବନ ଚଢ଼ାଉ କରିବା ପରେ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଆଜି ସକାଳେ ମରାଠୀ ଭାଷାରେ ଟୁଇଟ୍‌ କରି ସଞ୍ଜୟ ଲେଖିଛନ୍ତି: କ‌ୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ।…
Read More...

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି କରୋନା ସଂକ୍ରମିତ

ୱାଶିଂଟନ୍‍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ବିନା ଲକ୍ଷଣରେ ବାଇଡେନଙ୍କୁ କରୋନା ହୋଇଥିବା ନେଇ ସୂଚନା ଦିଆଯାଇଛି । ହ୍ୱାଇଟ୍‍ ହାଉସର ସୂଚନା ଅନୁଯାୟୀ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଛି । ତେଣୁ ସେ…
Read More...

ମିଡିଆକୁ ନେହୁରା ହେଲେ ଅପରାଜିତା

ଭୁବନେଶ୍ୱର: ବାବୁସାନ-ପ୍ରକୃତି-ତୃପ୍ତି ବିବାଦକୁ ନେଇ ଏବେ ମିଡିଆରେ ଜୋରଦାର ଚର୍ଚ୍ଚା । ଗତ କିଛି ଦିନ ହେଲା ଟିଭି ଖୋଲିଲେ କି ଖବରକାଗଜ ଓଲଟାଇଲେ କେବଳ ସେହି ଖବର । ଏହି ଖବର ସଂଗ୍ରହ ପାଇଁ ମିଡିଆ ବନ୍ଧୁମାନେ ବାବୁସାନଙ୍କ ଘର ଆଗରେ ଅଧିଆ ପଡ଼ିବା ଭଳି ରହିଛନ୍ତି ।…
Read More...

କେଏଲ ରାହୁଲଙ୍କ ଭାବବିହ୍ୱଳ ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ ଦଳ ଏବେ ଓ୍ୱେଷ୍ଟ ଇଣ୍ଡିଜ ଗସ୍ତରେ ଅଛି । ଦଳ ଟି୨୦ ସିରିଜ୍ ଖେଳୁଛି । ଏହାପରେ ଦଳ ଜିମ୍ବାଓ୍ୱେ ଗସ୍ତ କରିବ । ଜିମ୍ବାଓ୍ୱେ ବିରୋଧରେ ଦଳ ଦିନିକିଆ ସିରିଜ୍ ଖେଳିବ । ଏଥିପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । କିନ୍ତୁ…
Read More...