Monthly Archives

October 2021

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଚୁଡାନ୍ତ ପଞ୍ଚାୟତ ଇସ୍ତାହାର ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର,୩୦/୧୦- ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାଙ୍ଗଠନିକ ସଭା ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜୀବ ଗାନ୍ଧୀ ସଂଗଠନର ରାଜ୍ୟ ସଭାପତି ତଥା ସ୍ତମ୍ଭକାର ସୁଦର୍ଶନ ଦାସ, ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପ୍ରଭାରୀ ସମରେନ୍ଦ୍ର…
Read More...

ପୁରୀ ମୁନସିପାଲିଟିର ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ନଭେମ୍ବର ୨ରେ

ପୁରୀ,୩୦/୧୦- ଆସନ୍ତା ନଭେମ୍ବର ୨ ତାରିଖରୁ ଠାରୁ ପୁରୀ ମୁନସିପାଲିଟିର ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ । ଦୀର୍ଘ ୬ ମାସ ହେବ ଦରମା ନ ମିଳିବା ପ୍ରତିବାଦରେ ସଫେଇ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାପାଇଁ ଚେତାବନୀ…
Read More...

ସହିଦସ୍ମୃତିରେ ପ୍ରେସ ଏକାଦଶ ଓ ପୋଲିସ ଅଧିକାରୀ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ଫୁଲବାଣୀ,୩୦/୧୦- ସହିଦଙ୍କ ସ୍ମୃତିରେ ଶନିବାର ସ୍ଥାନୀୟ ପୋଲିସ ରିଜର୍ଭ ପଡିଆଠାରେ ପ୍ରେସ କ୍ଳବ୍‌ ମିଡିଆଏକାଦଶ ଓ ପୋଲିସ ଅଫିସର ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫ ଓଭର ଲେଖାଏ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ୩୨ ରନରେ ମିଡ଼ିଆ…
Read More...

ରାଷ୍ଟ୍ରୀୟ ଅଧକ୍ଷା ଶ୍ରୀମତୀ ଭିନତୀ ଶ୍ରୀନିବାସନ ଦର୍ଶନକଲେ ଶ୍ରୀଜଗନ୍ନାଥଙ୍କୁ

ପୁରୀ,୩୦/୧୦- ବିଜେପିର ଭାରତୀୟ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧକ୍ଷା ଶ୍ରୀମତୀ ଭିନତୀ ଶ୍ରୀନିବାସନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଆନନ୍ଦିତ ଥିବା କହିଛନ୍ତି । ସେ ସିଂହଦ୍ୱାରରେ ପହଁଚିବା ପରେ ବରିଷ୍ଠ ସେବାୟତ…
Read More...

ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଜହ୍ନ ।ପଙ୍କ,୩୦/୧୦ :ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ କରୋନା କଟକଣା ମଧ୍ୟରେ ଶନିବାର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖୁଂଟବନ୍ଧ ସରପଞ୍ଚ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ…
Read More...

କଟକ ମହାନଗର ବିଜୁ ଯୁବ ଜନତା ଦଳ ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

କଟକ,୩୦/୧୦- ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ କଟକ ମହାନଗର ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀଯୁକ୍ତ ମନୋଜିତ ଦାସଙ୍କ ତତ୍ୱାବଧାନରେ ଓ ପଙ୍କଜ ରାଉତ, ଅଭିଜିତ ସାହୁ, ରାକେଶ ପୃଷ୍ଟି, ମହମ୍ମଦ ଫିରୋଝୁର ରେହମାନ ଓ ଅରିଜିତ ଗାଙ୍ଗୁଲି ନେତୃତ୍ୱରେ ରକ୍ତଦାନ ଶିବିର…
Read More...

ବିଜେପି ତରଫରୁ କଣ୍ଟାମାଳରେ ବନ୍ଦ୍‌ ଶାନ୍ତିପୂର୍ଣ୍ଣ

କଣ୍ଟାମାଳ,୩୦/୧୦ - ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ମନ୍ତ୍ରୀପଦରୁ ବହିଷ୍କାର ଓ ଗିରଫ ଏବଂ ଘଟଣାର ସି.ବି ଆଇ ତଦନ୍ତ ଦାବିରେ ଆଜି ଭାରତୀୟ ଜନତା ପାର୍ଟୀ ତରଫରୁ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ପରିପ୍ରେକ୍ଷୀରେ କଣ୍ଟାମାଳ, ପଲସାଗୋରା,…
Read More...

ଦୀର୍ଘଦିନ ପରେ ଅନୁଷ୍ଠିତ ହେଲା ପୁରୀ ଜିଲ୍ଲା ପରିଷଦର ବୈଠକ

ପୁରୀ : ଦୀର୍ଘଦିନ ପରେ ଅନୁଷ୍ଠିତ ହେଲା ପୁରୀ ଜିଲ୍ଲା ପରିଷଦର ବୈଠକ। କୋଭିଡ କଟକଣା ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ବସିନଥିବା ବୈଠକରେ ଆଜି ଜିଲ୍ଲାର ସମସ୍ତ ଜନପ୍ରତିନିଧି ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚଳିତ ଆର୍ଥିକ ବର୍ଷରେ ଜିଲ୍ଲା ପରିଷଦ ସଭ୍ୟମାନଙ୍କ ଦ୍ବାରା…
Read More...

ବାଲିଗୁଡା ବିଜେଡିରେ ଗୋଷ୍ଠୀ କନ୍ଦଳ, ମନ୍ତ୍ରୀଙ୍କ ସମ୍ମୁଖରେ ୨ ଗୋଷ୍ଠୀ ହାତାହାତି

ବାଲିଗୁଡା : ବାଲିଗୁଡା ବିଜେଡିରେ ଗୋଷ୍ଠୀ କନ୍ଦଳ । ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ମୁଖରେ ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଆଇନ ଓ ପଂଚାୟତରାଜ ମନ୍ତ୍ରୀ ତଥା କନ୍ଧମାଳ ବିଜେଡିର ପର୍ଯ୍ୟବେକ୍ଷକ ପ୍ରତାପ ଜେନା ପାଞ୍ଚ ଦିନିଆ କନ୍ଧମାଳ ଗସ୍ତରେ ଆସିଥିଲେ । ଆଜି କୋଟଗଡ ଗସ୍ତ ବେଳେ…
Read More...

ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ଅଧିବେଶନ ଅନୁଷ୍ଠିତ

ଦଶପଲ୍ଲା : ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ଯୁନିସେଫର ମିଳିତ ସହଯୋଗରେ କିଶୋରକିଶୋରୀ ମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ଜିଲ୍ଲା ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ଏହି…
Read More...